fbpx

ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ୨ ବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର (ଓଡିଶା ଭାସ୍କର): ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ୨୦୨୩ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି ବଢିଛି । ଅବଧି ବୃଦ୍ଧି ନେଇ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ୨୦୧୮ ଜାନୁୟାରୀ ୨୩ ତାରିଖରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିବର୍ଷ ଫେବ୍ରୁଆରି ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ଟ୍ରିବ୍ୟୁନାଲ ଗଠନକୁ ଅନୁମୋଦନ କରିଥିଲେ। ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ଆନ୍ତଃରାଜ୍ୟ ଜଳ ବିବାଦ ଆଇନ, ୧୯୫୬ର ନିୟମ ଅନୁସାରେ ଟ୍ରିବ୍ୟୁନାଲ ୩ ବର୍ଷ ମଧ୍ୟରେ ଏହାର ରିପୋର୍ଟ ଓ ନିଷ୍ପତ୍ତି ଦାଖଲ କରିବେ। କୌଣସି ଅନିବାର୍ଯ୍ୟ କାରଣ ଯୋଗୁଁ ଆବଶ୍ୟକ ହେଲେ ଏହି ଅବଧିକୁ ଅତି ବେଶୀରେ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ମଧ୍ୟ ଉଲ୍ଲେଖ ଥିଲା। ୩ ବର୍ଷ ପାଇଁ କାର୍ଯ୍ୟକାଳ ଧାର୍ଯ୍ୟ କରିଥିଲେ ସରକାର । ୨୦୧୧ ମାର୍ଚ୍ଚ ୧୧ ସୁଦ୍ଧା ରିପୋର୍ଟ ଦାଖଲ କରିବାର ଥିଲା । ମାତ୍ର କିଛି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦାଖଲ ହୋଇନି ।

Get real time updates directly on you device, subscribe now.