fbpx

ରଜକୁ ନେଇ ଟ୍ୱିନ୍ ସିଟିରେ ସତର୍କତା ଜାରି, ଆଜିଠୁ ଆରମ୍ଭ ହେବ ସ୍ପେଶାଲ୍ ଡ୍ରାଇଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କାଳରେ ଆସୁଛି ଓଡ଼ିଆଙ୍କ ପର୍ବ ରଜ । ତେଣୁ ଟ୍ୱିନ୍ ସିଟିରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଆଜି ପୋଲିସ୍ କମିସନର ସୌମେନ୍ଦ୍ର ପିୟଦର୍ଶୀ ସତର୍କତା ଜାରି କରିଛନ୍ତି । ରଜ ଉପଲକ୍ଷେ ସ୍ପେଶାଲ୍ ଡ୍ରାଇଭ୍ ଆରମ୍ଭ କରାଯିବା ନେଇ ସେ ସୂଚନା ଦେଇଛନ୍ତି । ରଜ ସମୟରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପୋଷାକ ଦୋକାନ ଖୋଲା କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହି ଭଳି ଦୋକାନ ଦେଖିବାକୁ ପାଇଲେ ସେସବୁକୁ ସିଲ୍ କରିଦିଆଯିବ । ଖାଲି ସେତିକି ନୁହେଁ ଏହି କାର୍ଯ୍ୟାନୁଷ୍ଠାନ ଆଧାରରେ ଦୋକାନ ଖୋଲା ରଖିଥିବା ଦୋକାନୀଙ୍କୁ ଦରକାର ପଡିଲେ ଗିରଫ ମଧ୍ୟ କରାଯିବ ଏବଂ ଅନ୍ୟ ପଦକ୍ଷେପ ବି ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସାବିତ୍ରୀ ବ୍ରତ ଥିବାରୁ ବିଭିନ୍ନ ମାର୍କେଟ ଏବଂ ହାଟରେ ଲୋକଙ୍କ ଭିଡ ଜୋରଦାର ହୋଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ କୋଭିଡ୍ ମାମଲା ବର୍ତ୍ତମାନ ସମୟରେ ହ୍ରାସ ପାଉଥିବା ବେଳେ ଲୋକମାନେ ଏପରି ଭାବେ ଭିଡ କରୁଥିବା ମାମଲା ଆହୁରି ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ କରୁଛନ୍ତି । ସେପଟେ ପୁଜା ପର୍ବାଣୀ ପଡୁଥିବାରୁ ବିଭିନ୍ନ ଫଳର ଦାମ୍ ଆକାଶ ଛୁଆଁ ହୋଇଛି ।

Get real time updates directly on you device, subscribe now.