ପୁରୀ ରତ୍ନଭଣ୍ଡାର ଫଟୋ ଭାଇରାଲ୍, ଅଡୁଆରେ ASI

ସୋସିଆଲ ମିଡିଆରେ ଘୂରି ବୁଲୁଛି ପୁରୀ ଶ୍ରୀମନ୍ଦିରର ଫଟୋ ଭିଡ଼ିଓ।

ପୁରୀ: ଯଦି ସୁରକ୍ଷା ବ୍ୟବସ୍ଥାକୁ ନିିଜେ ସୁରକ୍ଷାରେ ଥିବା ଅଧିକାରୀ ନମାନନ୍ତି, ଆଉ ଭୁଲ କରନ୍ତି ତାହାଲେ ସାଧାରଣ ଲୋକଙ୍କୁ କହିବା କ’ଣ? ଆମେ ଏକଥା କହିବାର ଉଦ୍ଦ୍ୟଶ୍ୟ ହେଉଛି କି ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ମୋବାଇଲ୍ କ୍ୟାମେରା ସମ୍ପୂର୍ଣ୍ଣ ନିଷେଧ।

ହେଲେ ଏଇ ଦୁଇ ଦିନ ହେବ ଶ୍ରୀମନ୍ଦିରରେ ଅନେକ ଅନିୟମିତତା ଦେଖିବାକୁ ମିଳୁଛି। କାରଣ ଏବେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ରତ୍ନଭଣ୍ଡାର ଗୃହର ଫଟୋ ଭାଇରାଲ ହେଉଛି।

ଆଉ ଏହି ଫଟୋ ଅନ୍ୟ କୌଣସି ସାଧାରଣ ଲୋକ ନୁହେଁ ବରଂ ଖୋଦ୍ ସରକାରୀ ସଂସ୍ଥା ବା ଜଣେ ASI ରନ୍ତଭଣ୍ଡାରର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଯାହାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ହଁ ଆଜ୍ଞା ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଫଟୋ ପୋଷ୍ଟ କରି ଏବେ ଅଡୁଆରେ ଏଏସ୍‌ଆଇ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଫଟୋ ପୋଷ୍ଟ କରିଛି।

ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରିଥିଲା ଏଏସ୍‌ଆଇ। ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ। ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍‌ଆଇ