fbpx

ନୂଆବର୍ଷ ପାଇଁ ପୁରୀରେ କଟକଣା

ପୁରୀ,୨୯ ।୧୨(ଓଡିଶା ଭାସ୍କର): ପୁରୀରୁ ନୂଆବର୍ଷ ଭିଡ ଦୃଷ୍ଟିରୁ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ଜଗିବେ ୨୭୬ ଅଧିକାରୀ ଓ ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ । ଏହା ସହ ୧୨୬୫ ପୋଲିସ କର୍ମଚାରୀ ଓ ହୋମଗାର୍ଡ ନିୟୋଜିତ ହେବେ । ସୁଭାଷ ବୋଷ ଛକରୁ ଷ୍ଟର୍ଲିଂ ଛକ ଯାଏ ପୋଲିସର ଟ୍ରାଫିକ୍ କଟକଣା ରହିବ । ଡିସେମ୍ବର ୩୧ ଓ ଜାନୁଆରି ୧ରେ ପୁରୀକୁ ଭାରୀଯାନକୁ ମନା ହୋଇଛି । ମାର୍କେଟ ଛକରୁ ୪ ଚକିଆ ଯାନକୁ ବନ୍ଦ କରାଯାଇଛି । ସେହିପରି ସମୁଦ୍ରକୁଳ ରାସ୍ତାକୁ ୱାନ ୱେ କରାଯିବ ।

Get real time updates directly on you device, subscribe now.