fbpx

ଡାଇବେଟିସ ଏବଂ କ୍ୟାନସର ଭଲ କରିବ ବାଇଗଣୀ ଟମାଟୋ: ଲ୍ୟାବରେ ତିଆରି କଲେ ବୈଜ୍ଞାନିକ..

ଟମାଟୋ କିଏ ବା’ ଖାଇନଥିବ । ଟମାଟୋ ସବୁବେଳେ ଆମେ ନିତିଦିନ ଖାଦ୍ୟରେ ବ୍ୟବହାର କରୁ । ଏହା ସ୍ୱାଦକୁ ଆହୁରି ଅଧିକ ବଢାଇଥାଏ । ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ । ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ । କିନ୍ତୁ କେବେ ଆପଣ ବାଇଗଣୀ ରଙ୍ଗର ଟମାଟୋ କେବେ ଦେଖିଛନ୍ତି କି ? ଆମେରିକାର କୃଷି ବିଭାଗ ନିକଟରେ ବାଇଗଣୀ ଟମାଟୋ ବିକ୍ରିକୁ ଅନୁମତି ଦେଇଛି ।

ଆସନ୍ତା ବର୍ଷଠାରୁ ଏହା ଆମେରିକାରେ ବଜାରରେ ଉପଲବ୍ଧ ହେବ । ଲାଲ କିମ୍ବା ହଳଦିଆ ଟମାଟୋ ଖାଇଥିବେ । କିନ୍ତୁ ଏବେ ବାଇଗଣୀ ଟମାଟୋ ଖାଇପାରିବେ । କାରଣ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ବାଇଗଣୀ ଟମାଟୋରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି । କ୍ୟାନ୍ସର ସହ ଲଢ଼ିବାର କ୍ଷମତା ରହିଛି । ଏହା ସହ ଶରୀରେ କେଉଁଠାରେ ବି ବ୍ୟଥା ଯନ୍ତ୍ରଣା ହେଉଥିଲେ ତାକୁ କମାଇବାରେ ସହାୟକ ହୋଇଥାଏ । ତେବେ ଜାଣି ନିଅନ୍ତୁ ଏହାର କାହଣୀ…

୨୦୦୪ ରେ ହୋଇଥିଲା ଏହାର ଆରମ୍ଭ । ଉଦ୍ଭିଦ ବୈଜ୍ଞାନିକ କ୍ୟାଥୀ ମାର୍ଟିନ୍ ନିଜ ଗ୍ରୀନହାଉସରେ ବାଇଗଣୀ ରଙ୍ଗର ଟମାଟୋ ଦେଖିଥିଲେ । ପ୍ରକୃତରେ ସେ ଏବଂ ତାଙ୍କ ସହଯୋଗୀ ଏଭଳି ଟମାଟୋ ତିଆରି କରିବାକୁ ପ୍ରୟାସ କରୁଥିଲେ । ଯେଉଁଥିରେ ଏନ୍ଥୋସାୟାନିନର ମାତ୍ରା ଅଧିକ ଥିବ । ଏହା ଏକ ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଯାହା ସାଧାରଣତଃ ବ୍ଲାକବେରୀ ଏବଂ ବ୍ଲୁବେରୀରେ ମିଳିଥାଏ । ଏହା ପରେ କ୍ୟାଥୀ ସ୍ନାପଡ୍ରାଗନ ଫୁଲରୁ ଦୁଇଟି ଜିନ୍ ନେଇଥିଲେ ଏବଂ ତା’କୁ ଟମାଟୋରେ ମିଶାଇଥିଲେ । ଏହି ଦୁଇ ଜିନ୍ ଏନ୍ଥୋସାୟାସିନ ଉତ୍ପନ୍ନ କରିବା ପାଇଁ ଦାୟୀ ।

ତେବେ ଅନେକ ଦିନର ଗବେଷଣା ପରେ ନିକଟରେ ୟୁଏସ ଡିପାର୍ଟମେଣ୍ଟ ଅଫ୍ ଆଗ୍ରୀକଲ୍ଚର ଏହି ନିଷ୍ପତ୍ତି ନେଇଛି ଯେ ସେ ଏହି ଟମାଟୋର ଫସଲ ବଢ଼ାଇବାକୁ ଅନୁମତି ଦେବେ । ଦିଆଯାଇଥିଲା ମଧ୍ୟ । କୃଷି ବିଭାଗ କହିଛି ଯେ କ୍ୟାଥୀ ମାର୍ଟିନ୍ ଦ୍ୱାରା ତିଆରି କରାଯାଇଥିବା କମ୍ପାନୀ ନରଫୋଲ୍କ ପ୍ଲାଣ୍ଟ ସାଇନ୍ସ ନିଜର ବାଇଗଣୀ ଚେରୀ ଟମାଟୋକୁ ୨୦୨୩ କିଛି ଟେଷ୍ଟ ମାର୍କେଟକୁ ପଠାଇପାରିବେ ।

କ୍ୟାଥୀ ମାର୍ଟିନଙ୍କ କମ୍ପାନୀ ବାଇଗଣୀ ଟମାଟୋ ଜୁସ୍, ସନ-ଡ୍ରାଇଡ ଟମାଟୋ, ବିଫଷ୍ଟିକ୍ ଟମାଟୋ ତିଆରି କରିବାକୁ ଚାହୁଛି । ଏହା ସହ ଏହାର ମଞ୍ଜି ସେହି ଲୋକଙ୍କୁ ମଧ୍ୟ ବିକିବାକୁ ଚାହୁଛନ୍ତି ଯେଉଁମାନେ ଏହାର ଚାଷ କରିବାକୁ ଚାହୁଛନ୍ତି । ସବୁଠୁ ପ୍ରଥମ ଜେନେଟିକାଲ ମୋଡିଫାଇଡ ଟମାଟୋ ୧୯୯୪ରେ Flavr Savr ତିଆରି କରିଥିଲେ । ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆର ଫ୍ରୁଟ୍ ବାୟୋଲୋଜିଷ୍ଟ ଏବଂ ପ୍ରଫେସର ବାରବାର ବ୍ଲାଙ୍କୋ ୟୁଲେଟ୍ କହିଛନ୍ତି ଯେ ବାଇଗଣୀ ଟମାଟୋ ଜେନେଟିକାଲି ମୋଡିଫାଇଡ୍ ଖାଦ୍ୟ ପଦାର୍ଥରେ ନୂଆ ପରିବର୍ତ୍ତନ ଆଣିବ । ଏହା ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହେବ ।

ଟମାଟୋରେ ମିଳୁଥିବା ଏନ୍ଥୋସାୟାସିନ ଅନେକ ଫାଇଦା ଦେଇଥାଏ । ଏହା ଏଭଳି ଆଣ୍ଟିଅକ୍ସିଡାଣ୍ଟ ଯାହା କ୍ୟାନ୍ସରଠାରୁ ବଞ୍ଚାଇଥାଏ । ଟାଇପ-୨ ଡାଇବେଟିସ୍ ଠାରୁ ସୁରକ୍ଷିତ କରିଥାଏ ।

Get real time updates directly on you device, subscribe now.