ନୂଆଦିଲ୍ଲୀ: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ। ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମଧ୍ୟ ମିଳିସାରିଛି। ତେବେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଉପରେ ବର୍ତ୍ତମାନ ଲୋକେ ମିମ୍ ସେୟାର କରୁଛନ୍ତି। ଏଥିରେ କିଛି ମିମ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ ନିଜର ରିଆକ୍ସନ ଦେବାରେ ଲାଗିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିମକୁ ନେଇ ଅଲ୍ଲୁ ଅର୍ଜୁନ ଏବଂ ପୋଲିସଙ୍କର ଝଗଡ଼ାକୁ ସଂଯୋଗ କରାଯାଉଛି। ଫିଲ୍ମରେ ପୁଷ୍ପା ଚରିତ୍ରକୁ ଏକ ପୋଲିସ ଅଫିସରଙ୍କ ସହ ଝଗଡ଼ା ଏବଂ ଯୁକ୍ତି କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ବର୍ତ୍ତମାନ ରିୟଲ ଲାଇଫରେ ଗସିପ ଆରମ୍ଭ ହୋଇଯାଇଛି। ଯେପରି ଅଭିନେତାଙ୍କୁ ପୋଲିସ ଗିରଫ କରିଛି ସେମିତି ସୋସିଆଲ ମିଡିଆରେ ଏପରି ମିମ ଭାଇରାଲ ହେବାରେ ଲାଗିଛି। ଫଟୋରେ ଲେଖାଯାଇଛି ଯେ, ‘କେତେ ବି ଗୁଣ୍ଡା ଗର୍ଦୀ କର ପୁଷ୍ପା, ଶେଷରେ ଜିତିବ ଭାରତୀୟ ପୋଲିସ।’
अल्लू अर्जुन #AlluArjunArrest pic.twitter.com/jYhFV5XT5N
— Raja Babu (@GaurangBhardwa1) December 13, 2024
ସେହିପରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମିମ୍ରେ କୁହାଯାଇଛି ଯେ, ପୁଷ୍ପାକୁ ପୋଲିସ ସହ ଝଗଡା କରିବା ଫିଲ୍ମରେ ଭାରି ପଡିଲାନି କିନ୍ତୁ ରିୟଲ ଲାଇଫରେ ସେ ଗିରଫ ହୋଇଗଲେ। ଆଉ ଏକ ଯାଗାରେ ଏହା କହି ଅଲ୍ଲୁଙ୍କ ମଜାକ ଉଡାଯାଇଛି ଯେ, ପୁଷ୍ପାକୁ ଫିଲ୍ମରେ କେହି ଝୁକାଇ ପାରିଲେ ନାହିଁ, ହେଲେ ଅସଲ ଜୀବନରେ ପୁଷ୍ପାକୁ ଝୁକିବାକୁ ହିଁ ପଡିଲା। ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ଯେ, ପୁଷ୍ପାଙ୍କ ପବନ ବାହାରିଗଲା। ଜଣେ ୟୁଜର ଲେଖିଛି, ପୁଷ୍ପା ଭୁଲ୍ ମାଗି ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହଁ କହିଦେଲା।
Shekhavat take it personally 😭😭#WildFirePushpa #AlluArjun#AlluArjunArrest अल्लू अर्जुन https://t.co/T1sZSgYKFg pic.twitter.com/7GxorUacw1
— Vikash Yadav (@The_Yadv) December 13, 2024