fbpx

ବକ୍ସ ଅଫିସରେ ‘ପୁଷ୍ପା’ର କ୍ରେଜ୍, ପଛରେ ପଡ଼ିଲା ‘କେଜିଏଫ୍’

ମୁମ୍ବାଇ: ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଦେଖାଇଛି ଜବରଦସ୍ତ ପରଫରମାନ୍ସ । ଫିଲ୍ମ ବକ୍ସ ଅଫିସରେ ଏପଯର୍ପ୍ୟନ୍ତ କେଜିଏଫ୍ ଠାରୁ ମଧ୍ୟ ଭଲ ଆୟ କରିଛି । ତେବେ କ୍ରିଟିକ୍ସମାନେ ଫିଲ୍ମର ପ୍ରମୋଶନ ଏହା ଉପରେ ଧ୍ୟାନ ଦେଇନଥିଲେ । ଏହାର ପ୍ରମୋସନ ଏତେ ଭଲ ନଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ପ୍ରଚାର ଯୋଗୁଁ ଏହି ଫିଲ୍ମ ଏବେ ଦର୍ଶକଙ୍କ ମନ ଜିଣିଛି ।

ରିପୋର୍ଟ ଅନୁଯାୟୀ ଫିଲ୍ମ ଏପର୍ଯ୍ୟନ୍ତ ୨୦.୧୪ କୋଟିର ଆୟ କରିସାରିଲାଣି । ଯେତେବେଳେକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଅବଧି ମଧ୍ୟରେ ୪୪.୦୯ କୋଟି ରହିଥିଲା । ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶାକରାଯାଉଛି ।

Get real time updates directly on you device, subscribe now.