fbpx

ବିନା କାମରେ ନେଉଥିଲେ ଦରମା ଓ ପ୍ରମୋସନ, ୫ ବର୍ଷ ପରେ ରହସ୍ୟ ଉପରୁ ପରଦା ଉଠାଇଲେ ଯୁବକ

ନୁଆଦିଲ୍ଲୀ: କାମ କଲେ ଦରମା ମିଳେ ଏକଥା ତ’ ଆମେ ସମସ୍ତେ ଜାଣିଛେ । କିନ୍ତୁ ବିନା କାମରେ କେବେ କାହାକୁ ଦରମା ଏବଂ ପ୍ରମୋଶନ ମିଳିଥିବା ଶୁଣିଛନ୍ତି କି? ଜଣେ ବ୍ୟକ୍ତି ଏଭଳି ଏକ କମ୍ପାନୀରେ ୫ ବର୍ଷ ଧରି ବିନା କାମ କରି ଦରମା ନେଉଥିଲେ । ସେତିକି ନୁହେଁ ପ୍ରମୋଶନ ମଧ୍ୟ ପାଉଥିଲେ ।

ଏକ ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆ ରେଡିଟ ରେ ଜଣେ ୟୁଜର ଏନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଏକ କମ୍ପାନୀରେ ଚାକିରି ପାଇଁ ଏକ ତାଙ୍କୁ ମେଲ୍ ଆସିଥିଲା, ଏହା ପରେ ସେ ଏହି ଚାକିରି କରିବାକୁ ଯାଇଥିଲେ । ଚାକିରିରେ ଯୋଗଦେବା ପରେ ତାଙ୍କୁ ଜଣାପଡ଼ିଥିଲା ଯେ ତାଙ୍କୁ ଯେଉଁ କାମ ପାଇଁ ରଖାଯାଇଛି ସେହି କାମ କେବଳ ଏକ କମ୍ପ୍ୟୁଟର କୋଡ୍ ମାଧ୍ୟମରେ ହୋଇପାରିବ । କିନ୍ତୁ ସେ ଏହି କଥା କାହାରିକୁ କହିନଥିଲେ । ଏହାପରେ ସେ ଜଣେ କୋଡ୍ ଡେଭଲପରଙ୍କ ଦ୍ୱାରା ଏକ କୋଡ ତିଆରି କରିଥିଲେ । ଆଉ କୋଡ ଦ୍ୱାରା କାମ ଚୁଟକିରେ ହେଉଯାଉଥିଲା ।

ପ୍ରକୃତରେ ସେ ଜଣେ ଡାଟା ଏଣ୍ଟି ଅପରେଟର ଭାବରେ ଯୋଗ ଦେଇଥିଲେ । ତାଙ୍କର କାମ ଥିଲା ମେଲ୍ ଚେକ୍ କରିବା ଏବଂ ଏଥିରେ ଆସିଥିବା ଅର୍ଡର ସହ ଜଡ଼ିତ ତଥ୍ୟକୁ ସିଷ୍ଟମରେ ଷ୍ଟୋର କରି ରଖିବା । ତାଙ୍କର ନାଇଟ ସିଫ୍ଟ ମଧ୍ୟ କାମ ରହିଥିଲା । କିନ୍ତୁ କମ୍ପାନୀ ନାଇଟ ସିଫ୍ଟରେ କର୍ମଚାରୀଙ୍କ ଉପରେ ଟ୍ରାନ୍ସପୋର୍ଟ ବାବଦକୁ ଖର୍ଚ୍ଚ କରିବାକୁ ଚାହୁନଥିଲା । ତେଣୁ ସେ ୱାର୍କ ଫ୍ରମ୍ ହୋମ କରୁଥିଲେ । କୋଡ ସାହଯ୍ୟରେ ବିନା କାମ କରି ସେ ଦରମା ଏବଂ ପ୍ରମୋଶନ ନେଇଚାଲିଥିଲେ । ସେ ଆହୁରି କହିଥିଲେ ଯେ ସେ ଦିନସାରା ଫିଲ୍ମ ଦେଖିବା, ବୁଲିବ, ଶୋଇବାରେ ଅତିବାହିତ କରୁଥିଲେ । ତାଙ୍କୁ ଅନ୍ୟ କମ୍ପାନୀରୁ  ଚାକିରି ପାଇଁ ଅଫର ମିଳିଥିଲା କିନ୍ତୁ ଏଠାରେ ଯେତେବେଳେ ବିନା କାମରେ ଭଲ ଦରମା ମିଳୁଛି ସେ କାହିଁକି ଚାକିରି ଛାଡ଼ିବେ ବୋଲି କହିଥିଲେ ।

ତେବେ ୫ ବର୍ଷ ପରେ କମ୍ପାନୀ ନିଜର ଏକ ସଫ୍ଟଓୟାର ଡେଭଲପ୍ କରିବା ପରେ ତାଙ୍କ ପୋଷ୍ଟ କୁ ରଦ୍ଧ କରାଯାଇଥିଲା । ଯାହା ପରେ ସେ ଏନେଇ ଖୁଲାସା କରିଥିଲେ ।

Get real time updates directly on you device, subscribe now.