fbpx
BSKY SKY
BSKY SKY

ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର: ଅଭିଯୋଗ ପରେ ବି ହେଉନାହିଁ କାର୍ଯ୍ୟାନୁଷ୍ଠାନ

BSKY

ପୁଣିଥରେ ଡାକ୍ତରଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ  । ମହିଳାଙ୍କ ଅପେରେସନ ସମୟରେ ଡ଼ାକ୍ତର କାଟିଦେଲେ ଖାଦ୍ୟ ନଳି । ମହିଳାଙ୍କ ଅସ୍ତ୍ରୋପଚାରରେ ଦେଖିବାକୁ ମିଳିଛି ଏଭଳି  ବିରାଟ ତ୍ରୁଟି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡ଼ାକ୍ତର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତ୍ରପୁରଅଞ୍ଚଳରେ ଥିବା  ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ  ।

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ସର୍ବାଧିକ ଅପରେସନ କରି ଶ୍ରେଷ୍ଠ ଭାବେ ପୁରସ୍କୃତ ହୋଇଥିବା ମେଡିକାଲର ଏ ହେଉଛି ଶ୍ରେଷ୍ଠ ଗୁମର  । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପୋଟଲାମପୁର ଗ୍ରାମର ମହାଲକ୍ଷ୍ମୀ ନାୟକ ଗତ ଫେବୃୟାରୀ ୨୧ ରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ନିମନ୍ତେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୟାସ୍ଥ୍ୟକେନ୍ଦ୍ର ଯାଇଥିଲେ ସେଠି ଅପରେସନ ମଧ୍ୟ କଲେ  । ହେଲେ ଅପରେସନ କଲା ବେଳେ ଡାକ୍ତର ସନ୍ତୋସିନୀ ସେଠୀ ତାଙ୍କ ଖାଦ୍ୟନଳୀ କାଟିଦେଇଥିଲେ  । ପରବର୍ତ୍ତୀ ସମୟରେ ବ୍ରହ୍ମପୁର ମେଡିକାଲରେ ଅପରେସନ କରାଯାଇ ଖାଦ୍ୟନଳୀ ଯୋଡ଼ାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.