fbpx

ଡ୍ରେନ୍‌ ସଫା ହେଲାନି ବୋଲି… ଠିକାଦାରଙ୍କୁ କିଭଳି ଦଣ୍ଡ ଦେଲେ ବିଧାୟକ… ଦେଖନ୍ତୁ ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ମୁମ୍ବାଇରେ ସପ୍ତାହେ ହେଲା ବର୍ଷା ଲାଗି ରହିଥିବା ବେଳେ ସେଠାରେ ରାସ୍ତା ମାନଙ୍କରେ ପାଣି ଜମି ହୋଇ ରହିଥିବାର ଦୃଶ୍ୟ ଲଗାତାର ସାମନାକୁ ଆସୁଛି । ବର୍ଷା ଯୋଗୁଁ ଲୋକ ମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ମଧ୍ୟରେ ଡ୍ରେନ ସଫା ନହେବାରୁ ରାସ୍ତାରେ ପାଣି ଜମି ହୋଇ ରହିଛି । ତେବେ ଅନ୍ଧେରୀ ଅଞ୍ଚଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଅନ୍ଧେରୀ ଚାନ୍ଦିଭାଲି ଅଞ୍ଚଳର ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେ କଣ୍ଟ୍ରାକ୍ଟରଙ୍କୁ ଡ୍ରେନର ଅଳିଆ ଆବର୍ଜନାରେ ବସାଇ ତାଙ୍କ ଉପରେ ଅଳିଆ ଢାଳିବାକୁ କହିଥିଲେ । ଆଉ ବର୍ତ୍ତମାନ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଘଟଣା ଗତ ଶନିବାର ଦ୍ବିପହର ସମୟରେ ଚାନ୍ଦବାଲି ଅଞ୍ଚଳରେ ଘଟିଛି । ଚାନ୍ଦବାଲିର ସଞ୍ଜୟ ନଗର ଅଞ୍ଚଳର ଯେଉଁଠାରେ ଡ୍ରେନରେ ବହୁ ପରିମାଣର ଆବର୍ଜନା ଜମା ହେବାରୁ ରାସ୍ତାରେ ଅଳିଆ ଆବର୍ଜନା ପାଣି ପ୍ରବାହିତ ହେଉଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବିଧାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବିଧାୟକଙ୍କ ନିକଟରେ ଅଭିଯୋଗ ହୋଇଥିଲା କି, ନାଳ ସଫା ନହେବା କାରଣରୁ ଅପରିଷ୍କାର ପାଣି ଘର ଭିତର ଦେଇ ଯାଉଛି । ଏହି ଅଭିଯୋଗ ପରେ ବିଧାୟକ ରାଗି ଯାଇ ତାଙ୍କର କର୍ମକର୍ତ୍ତାଙ୍କ ସହିତ ଘଟଣାସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ । ଆଉ ଠିକାଦାରଙ୍କୁ ଡାକି ଅପରିଷ୍କାର ପାଣିରେ ବସାଇବା ସହିତ ଅଳିଆ ତାଙ୍କ ଉପରେ ଅଜାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ଦିଲ୍ଲୀପ ଲାଣ୍ଡେ କହିଛନ୍ତି, ଠିକାଦାର ନିଜ କର୍ତ୍ତବ୍ୟକୁ ସଠିକ ଭାବେ ପାଳନ କରି ନାହାନ୍ତି । ସେଥିପାଇଁ ତାଙ୍କ ସହିତ ଏପରି କରାଯାଇଛି । ଅଳିଆ ଉଠାଇବା ଠିକାଦାରଙ୍କ କାମ ଥିଲା, କିନ୍ତୁ ସେ ଏହି କାମ ନକରିବାରୁ ତାଙ୍କୁ ନିଜେ ନାଳ ସଫା କରିବାକୁ ପଡ଼ିଥିଲା ।

 

Get real time updates directly on you device, subscribe now.