fbpx
BJD SKY
BJD SKY

ଭାରତକୁ ନେଇ ବଡ ଘୋଷଣା କଲେ ଋଷର ରାଷ୍ଟ୍ରପତି: ଚୀନ ବିଷୟରେ କ’ଣ କହିଲେ ପୁତିନ?

BJD

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ସମ୍ବୋଧିତ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ରାଜଧାନୀ ମସ୍କୋର ଗୋଷ୍ଟିବନୀ ଡାବର ହଲରେ ନିଜ ଅଭିଭାଷଣ ସମୟରେ ପୁତିନ କହିଛନ୍ତି ଯେ, ଋଷ ବର୍ତ୍ତମାନ ୟୁକ୍ରେନରେ ସ୍ପେଶାଲ ଅପରେସନ ଜାରି ରଖିଛି । ତେବେ ଏଡି ସମ୍ବୋଧନରେ ସେ ଭାରତକୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ । ଭାରତ ସହ ବ୍ୟାପାର ଏବଂ ସହଯୋଗିତା ଋଷ ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ଭ୍ଲାଦିମିର ପୁତିନ ।

ଏସିଆରେ ଭାରତ, ଇରାନ, ଚୀନ, ପାକିସ୍ତାନ ଆଦି ଦେଶ ସହିତ ଆର୍ଥିକ ସମ୍ବନ୍ଧ ବଢାଇବା ପାଇଁ ନର୍ଥ-ସାଉଥ କରିଡର ବିକଶିତ କରିବ । ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ଉପରେ ପୁତିନ କହିଛନ୍ତି ଯେ, ଆମେ ଭାରତ, ଇରାନ, ପାକିସ୍ତାନ ସହ ସହଯୋଗିତା ବଢାଇବା ପାଇଁ ଆଶା ରଖୁଛୁ । ଭାରତ ସହିତ ବ୍ୟବସାୟକୁ ବୃଦ୍ଧି କରିବା ଲକ୍ଷ୍ୟରେ ଉତ୍ତର-ଦକ୍ଷିଣ କରିଡର ନିର୍ମାଣ କାର୍ଯ୍ୟ ଜାରି ରଖିବୁ । ରେଲୱେର ଆଧୁନିକୀକରଣ ଏବଂ ଉତ୍ତର ସିପିଙ୍ଗ ମାର୍ଗେରେ ସୁଧାର ଆଣିବା ଦିଗରେ ଯୋଜନା ହେଉଥିବା ନେଇ କହିଛନ୍ତି ଭ୍ଲାଦିମିର ପୁତିନ । ବ୍ଲାକ ଆଣ୍ଡ ଅଜୋବ ସମୁଦ୍ରୀ ମାର୍ଗ, ନର୍ଥ-ସାଉଥ କରିଡରର ବନ୍ଦରଗାହର ବିକାଶ କରିବା ସହ ଉତ୍ତର ସାମୁଦ୍ରିକ ମାର୍ଗର କ୍ଷମତାକୁ ମଧ୍ୟ ବୃଦ୍ଧି କରାଇବାର ପ୍ରସ୍ତୁତି ଜାରି ରହିଛି । ଏହାଦ୍ୱାରା ଚୀନ, ଭାରତ, ଇରାନ ଏବଂ ଅନ୍ୟ ମିତ୍ର ଦେଶଗୁଡିକ ସହିତ ସମ୍ପର୍କ ଆହୁରି ନିବିଡ ହୋଇପାରିବ ।

ଋଷ ବିରୋଧରେ ଯୁଦ୍ଧ ପାଇଁ ଆମେରିକା ସମେତ ପଶ୍ଚିମ ଦେଶ ବିଭିନ୍ନ ପ୍ରକାରର ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ତେଣୁ ୟୁକ୍ରେନ ସାହସର ସହ ଋଷକୁ ସାମନା କରିବାରେ ସଫଳ ହୋଇପାରୁଛି । ୟୁକ୍ରେନର ଡୋନବାସ ଅଞ୍ଚଳର ଲୋକମାନେ ଋଷର ସହଯୋଗକୁ ଅପେକ୍ଷା କରିଥିଲେ । ତେବେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବା ପାଇଁ ଋଷ ତରଫରୁ ଚେଷ୍ଟା କରାଯାଇଥିଲା ବୋଲି ମଧ୍ୟ କହିଛନ୍ତି ଭ୍ଲାଦିମିର ପୁତିନ ।

Get real time updates directly on you device, subscribe now.