fbpx
BSKY
BJD SHG SKY
BJD MC SKY

ପୁଟିନଙ୍କ କଡା ଆକ୍ସନ, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସଙ୍କୁ ରୁଷ ମନା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ ପାଇଁ ବିଶ୍ୱର ଅନେକ ଦେଶ ରୁଷକୁ ନିନ୍ଦା କରିବା ସହ ବିଭିନ୍ନ କଟକଣା ମଧ୍ୟ ଜାରି କରିଛନ୍ତି । ୟୁକ୍ରେନ ଏଭଳି ଦୁଃସ୍ଥିତିରେ ଆର୍ଥିକ ସହାୟତାଠୁ ଆରମ୍ଭକରି ଅସ୍ତ୍ର ଶସ୍ତ୍ର ଯୋଗାଣ ପର୍ଯ୍ୟନ୍ତ ସବୁ ସମୟରେ ଯୁକ୍ରେନର ସାଥ ଦେଇଛି ୟୁକେ । କିଛି ଦିନ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଯୁଦ୍ଧଗ୍ରସ୍ତ ୟୁକ୍ରେନର ଅଚାନକ ଗସ୍ତ କରିଥିଲେ । ଏହି ସମୟରେ ସେ ରୁଷ ଆକ୍ରମଣରେ ଛାରଖାର।ର ହୋଇଥିବା କିଭ୍‌ ସହରର ପରିସ୍ଥିତି ଦେଖିଥିଲେ । ଜନସନ ଜେଲେନସ୍କିଙ୍କ ସହିତ କିଭ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଯାହା ତାଙ୍କ ପାଇଁ ଏବେ ବୁମେରାଂ ପାଲଟିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ଆକ୍ସନ ଗ୍ରହଣ କରିଛନ୍ତି  । ଏହି କ୍ରମରେ ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷରେ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ରୁଷ ସରକାର ୟୁକେର ପ୍ରତିବନ୍ଧକ ଜବାବରେ ଏହି କାର୍ଯ୍ୟାନଙ୍କଷ୍ଠାନ ନେଇଛନ୍ତି ।

ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ର ସମେତ ବ୍ରିଟେନ ଏବଂ ଆମେରିକା ଦ୍ୱାରା ରୁଷ ଉପରେ ଲଗାଯାଇଥିବା କଟକଣାର ପ୍ରତିଜବାବରେ ପୁଟିନ୍‌ ସରକାର ବୋରିସ ଜନସନଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । ଏହା ପୂର୍ବରୁ ରୁଷ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି ।

Get real time updates directly on you device, subscribe now.