fbpx

କ୍ୱାରେଣ୍ଟାଇନ୍ ସେଣ୍ଟରରେ ରୋଷେୟାର ଧମାକେଦାର ଡ୍ୟାନ୍ସ, ଲୋକ କହିଲେ-‘ ଏ ହେଉଛି ପ୍ରକୃତ ପ୍ରତିଭା’

ପ୍ରକୃତ ଟ୍ୟାଲେଣ୍ଟ ବା ପ୍ରତିଭା କୌଣସି ସମୟ ବା ପରିସ୍ଥିତି ଖାତିର କରେନାହିଁ । ପରିସ୍ଥିତି ଯାହା ହେଉ ନା କାହିଁକି, ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ ତେବେ ସେ ନିଜ ପାଇଁ ପ୍ଲାଟଫର୍ମ ତିଆରି କରିନେବ । ନିକଟରେ ଏଭଳି ଜଣେ ଟ୍ୟାଲେଣ୍ଟ୍ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିହାରର କାଟିହର ଜିଲ୍ଲାର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ଜଣାପଡିଛି ।

କାଟିହରର ସ୍ୱର୍ଗୀୟ ଲକ୍ଷ୍ମଣ ମଣ୍ଡଳ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର କ୍ୱାରେଣ୍ଟାଇନରେ ରୋଷେଇ କରୁଥିବା ଜଣେ ବ୍ୟକ୍ତିଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବ୍ୟକ୍ତି ଜଣକ ପୁରୁଣା ପ୍ରସିଦ୍ଧ ଗୀତ ‘ଏକ ଚତୁର ନାର’ରେ ଧମାକେଦାର ଡ୍ୟାନ୍ସ କରିଛନ୍ତି ।
ଭିଡିଓକୁ ଦେବେନ୍ଦ୍ର ନାମକ ଜଣେ ବ୍ୟକ୍ତି ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ବେଳେ କ୍ୟାପ୍ସନରେ ଲେଖିଛନ୍ତି ଯେ, ଏହି ଭିଡିଓ ବିହାରର କାଟିହର କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଆସିଛି । ବିହାର ଲୋକଙ୍କ ଉତ୍ସବଧାର୍ମିକତା କାହାଠାରୁ କମ୍ ନୁହେଁ । ଏଭଳି ସଙ୍କଟ ମଧ୍ୟରେ ବି ଜଣେ ବ୍ୟକ୍ତି ନିଜ ଷ୍ଟାଇଲ୍ ହିସାବରେ ବଞ୍ଚିପାରେ ।’

ତେବେ କ୍ୱାରେଣ୍ଟାଇନରେ ରୋଷେଇ କରୁଥିବା ରିଙ୍କୁ ଗାଁରେ ଏକ ଛୋଟ ହୋଟେଲ ଚଳାନ୍ତି । କିନ୍ତୁ ପିଲାବେଳୁ ତାଙ୍କର ଡ୍ୟାନ୍ସ କରିବାରେ ଇଛା । କ୍ୱାରେଣ୍ଟାଇନ ସେଣ୍ଟରରେ ଲୋକମାନେ ବିଚଳିତ ଥିବାରୁ ରୋଷେଇ ପରେ ରିଙ୍କୁ ଡ୍ୟାନ୍ସ କରି ସେମାନଙ୍କ ମୁହଁରେ ଖୁସି ଆଣିଥାନ୍ତି ।

Get real time updates directly on you device, subscribe now.