fbpx

ରାଜ୍ୟରେ ବଦଳିଲା କ୍ୱାରେଣ୍ଟାଇନ୍ ନିୟମ, ଜାଣନ୍ତୁ ଆଉ କଣ କହିଲେ ଏସଆରସି?

ଭୁବନେଶ୍ୱର,୨୪/୫(ଓଡିଶା ଭାସ୍କର): ରାଜ୍ୟରେ ବଦଳିଗଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ୨୧ ଦିନିଆ ବଦଳରେ ମାତ୍ର ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ କରୋନା ସନ୍ଦିଗ୍ଧ ବା ବାହାର ଫେରନ୍ତା । ଲକ୍ଷଣ ନଥିଲେ ୭ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ଏହା ସହ ଏସଆରସି କହିଛନ୍ତି ଯେ, ‘ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ସରପଞ୍ଚ, ଏସଏଚଡିଙ୍କ ସହଯୋଗରେ ସୁଫଳ ମିଳିଛି । କେବଳ ସ୍ୱତନ୍ତ୍ର ଟ୍ରେନ୍, ବସ୍ ଓ ବିମାନରେ ପ୍ରବାସୀ ଫେରୁଛନ୍ତି । ଏହା ସହ ଆସନ୍ତାକାଲିଠାରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ଗାଁକୁ ପ୍ରାବସୀ ଆସିଥିଲେ ଖବର ଦେବାକୁ ଲୋକମାନଙ୍କୁ ଅନୁରୋଧ କରାଯାଉଛି । ତେଲେଙ୍ଗାନାରୁ ଆଜି ୨୦ହଜାର ପ୍ରବାସୀ ଆସିବେ । ସେହିପରି ରାଜ୍ୟରେ ଘରୋଇ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ସିଟ୍‌ ମୁତାବକ ଯାତ୍ରୀ ପରିବହନ ହୋଇପାରିବ । ଯାତ୍ରା ବେଳେ ସବୁ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଆନ୍ତଃରାଜ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି । ଟ୍ୟାକ୍ସି ଓ ଅଟୋରିକ୍ସା ଚଳାଚଳକୁ ଅନୁମତି ଦିଆଯାଇଛି । ଦିନରାତି ସେବା ଯୋଗାଇବେ ଓଲା, ଉବର ଗାଡି । କରୋନା ଲକ୍ଷଣ ଥିଲେ ଗାଡ଼ିରେ ଯିବା ମନା , ନମାନିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।’

Get real time updates directly on you device, subscribe now.