fbpx
BSKY
BJD SHG SKY
BJD YOUTH SKY

ଇତିହାସର ଏପରି ଏକ ରାଣୀ, ଯେ ନୂଆ ପୁରୁଷଙ୍କ ସହ ରାତି ବିତାଇବା ପରେ କରୁଥିଲେ ହତ୍ୟା : ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଇତିହାସ ଜଗତରେ ଅନେକ ରାଣୀ ନିଜର ସୌନ୍ଦର୍ଯ୍ୟ ଓ ଶକ୍ତି ବଳରେ ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଇତିହାସ ପୃଷ୍ଠାରେ କିଛି ଭିନ୍ନ ଧରଣର କାମ କରି ଚର୍ଚ୍ଚିତ ହୋଇଥିବା ଜଣେ ରାଣୀଙ୍କ ବିଷୟରେ ଆସନ୍ତୁ ଜାଣିବା । ଏପରି ଜଣେ ରାଣୀଙ୍କ ନାମ ଅମିନା ହୋଇଥିବା ବେଳେ ସେ ଯୁଦ୍ଧ କୌଶଳରେ ବେଶ୍ ପାରଙ୍ଗମ ଥିଲେ ବୋଲି କୁହାଯାଉଛି ।

All You Need To Know About The Great Woman Warrior, Queen Amina Of Zaria -  How Nigeria News

ଏହି କାରଣରୁ ସେ ନିଜର ସାମ୍ରାଜ୍ୟ ବଢାଇବା ପାଇଁ ଅନେକ ଯୁଦ୍ଧରେ ବିଜୟୀ ହୋଇଥିଲେ । ରାଣୀ ନିଜର ତୀକ୍ଷ୍ଣ ବୁଦ୍ଧି ଓ ଶକ୍ତିର ବ୍ୟବହାର କରି ଅନେକ ଗଡ଼ ଜିତିଥିଲେ ଓ ଦୁର୍ଗକୁ ବିସ୍ତାର କରିଥିଲେ ।

Amina: The warrior queen of Zazzau | Media Center | DW | 20.04.2020

ତେବେ ରାଣୀ ଅମିନା ୧୫୩୩ ମସିହାରେ କଡୁନାର ଜାଜା ଅଞ୍ଚଳରେ ଜନ୍ମ ହୋଇଥିଲେ । ତାଙ୍କ ମା’ଙ୍କ ନାମ ବକୱା ହାବେ ହୋଇଥିବା ବେଳେ ସେ ଅମିନଙ୍କ ଜେଜେବାପାଙ୍କ ମୃତ୍ୟୁ ପରଠାରୁ ରାଜ୍ୟର ଯତ୍ନ ନେଉଥିଲେ ।

Amina the Warrior Queen of Zaria - MVSLIM

ନିଜର ଶାସନ କାଳରେ ଅମିନା ୨୦ ହଜାର ଲୋକଙ୍କ ବିଶାଳ ସେନାର ନେତୃତ୍ୱ ନେଇଥିଲେ । କୁହାଯାଏ କି ଅମିନା ଯେଉଁ ରାଜ୍ୟକୁ ହରାନ୍ତି, ସେହି ରାଜ୍ୟର ଜଣେ ସୈନିକ ସହ ରାତି ବିତାଇବା ସହ ସକାଳୁ ତାକୁ ହତ୍ୟା କରନ୍ତି । କାଳେ ସେହି ସୈନିକ ଅନ୍ୟମାନଙ୍କ ରାଣୀଙ୍କ ବିଷୟରେ କହିଦେବ ଭାବି ସେ ପ୍ରତି ସୈନିକମାନଙ୍କୁ ହତ୍ୟା କରୁଥିଲେ । ଅମିନା କେବେ ବି କୌଣସି ପୁରୁଷକୁ ବାହା ହୋଇନଥିଲେ, କାରଣ ସେ ନିଜର ଶକ୍ତି ହରାଇବାକୁ ଭୟ କରୁଥିଲେ ।

Get real time updates directly on you device, subscribe now.