fbpx

Google-Doodle:ସଙ୍ଗୀତର ବାଦଶାହା

ମୁମ୍ବାଇ :ଆଜି ହେଉଛି ଭାରତ ରତ୍ନ ଭୂପେନ ହାଜାରିକାଙ୍କ ଜନ୍ମ ଦିବସ । ଭାରତୀୟ ଗାୟକ,ସଂଗୀତଜ୍ଞ ଓ ଚଳଚିତ୍ର ନିର୍ମାତା ଡ.ଭୂପେନ ହାଜାରିକାଙ୍କ ୯୬ତମ ଜନ୍ମ ବାର୍ଷିକୀ । ଏଥିପାଇଁ ଗୁଗୁଲ ଏକ ସ୍ୱତନ୍ତ୍ର ଡୁଡୁଲ ସହିତ ଆଜିର ଦିନକୁ ପାଳନ କରୁଛି । ଏହା ସହ ଜନ୍ମଦିନର ଶୁଭେଚ୍ଛା ଭୂପେନ ହଜାରିକା, ଆସାମର ସମୃଦ୍ଧ ସଂସ୍କୃତି ପ୍ରତି ତୁମର ସଂଗୀତ ଓ ଚଳଚିତ୍ର ସମ୍ମାନ ଜାରି ରଖିଛି ବୋଲି ଲେଖିଛି । ଡ.ହାଜାରିକା ୧୯୨୬ ମସିହା ୮ ସେପ୍ଟମ୍ବରରେ ଆସାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ସଂଗୀତଜ୍ଞ,ଗାୟକ,କବି,ଅଭିନେତା,ଚଳଚିତ୍ର ନିର୍ମାତା,ଗୀତିକାର,ଲେଖକ । ସେ ତାଙ୍କ ଯାତ୍ରା ଆସାମ ରୁ ଆରମ୍ଭ କରିଥିଲେ ଆଉ ତାଙ୍କ ପ୍ରତିଭା ତାଙ୍କୁ ବିଶ୍ୱ ଦରବାର ରେ ପରିଚିତ କରେଇଲା । ଯାହା ପାଇଁ ସେ ଆଉ ତାଙ୍କ ଗୀତ ଏବେ ମଧ୍ୟ ଲୋକ ମାନଙ୍କ ହୃଦୟରେ ରାଜ କରୁଛି । କହିବାକୁ ଗଲେ ଜଣେ କଳାକାରର କେବେ ମୃତ୍ୟୁ ହୁଏ ନାହିଁ ତେଣୁ ସେ ଆଜି ମଧ୍ୟ ସମସ୍ତଙ୍କ ମଧ୍ୟରେ ଜୀବିତ ରହିଛନ୍ତି ।

ଭାରତୀୟ ଚଳଚିତ୍ର କୁ ବିଶ୍ୱ ଦରବାରରେ ପରିଚିତ କରେଇବାରେ ତାଙ୍କ ଭୂମିକା ଖୁବ ଗୁରୁତ୍ୱପୂଣ୍ଣ । ଭୂପେନଦା ମାତ୍ର ୧୦ ବର୍ଷ ବୟସରେ ସଂଗୀତରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଭୂପେନ ଅନେକ ଭାଷାରେ ଗୀତ ଗାଇଛନ୍ତି ହେଲେ ସେ ନିଜଭାଷା ଆସାମୀରେ ଅନେକ ଗୀତ ଲେଖିଛନ୍ତି । ପ୍ରାୟ ୧ହଜାରୁ ଅଧିକ ଗୀତ ଓ କବିତା ,୧୫ରୁ ଅଧିକ ପୁସ୍ତକ ଲେଖିଛନ୍ତି ଯେଉଁଥିରେ ଅନେକ ଲଘୁ କଥା,ଶିସୁଙ୍କ ପାଇଁ କବିତା ମଧ୍ୟ ସାମିଲ । ପଦ୍ମ ବିଭୁଷଣ , ପଦ୍ମ ଶ୍ରୀ ,ଦାଦାସାହେବ ଫାଲେକ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ୨୦୧୯ରେ ଭାରତର ସର୍ବୋଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଆଜିବି ତାଙ୍କ ଗୀତ ଦିଲ୍ ହୁଁ ହୁଁ କରେ.. ରେ ଲୋକେ ଗୁଣଗୁଣାନ୍ତି । ଭାରତୀୟ ସଂଗୀତ ଓ ସିନେମାରେ ତାଙ୍କ ନାମ ଗର୍ବର ସହ ନିଆଯିବ । ଆଉ ପିଢ଼ି ପର ପିଢ଼ି ସେ ଲୋକ ମାନଙ୍କ ହୃଦୟରେ ଚିର ଦିନ ପାଇଁ ଜୀବିତ ହେଇ ରହିବେ ।

Get real time updates directly on you device, subscribe now.