କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାକିରିରୁ ହେଲେ ବିଦା । ଶଙ୍ଖ ଫୁଙ୍କି ଓ ହୁଳହୁଳି ପକାଇ ବିଦାହେଲେ ୨ ସିଆରପି । ୨ ସିଆରପି ପୁଷ୍ପାଞ୍ଜଳି ମହାନ୍ତି ଓ ନର୍ମଦା ବସନ୍ତିଆଙ୍କୁ ବିଦା କରାଯାଇଛି । ଅଭିଯୋଗ ପରେ ଉଭୟଙ୍କୁ ବିଦା କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ଏକ ନିର୍ବାଚନୀ ସଭାରେ ଉଭୟ ଶଙ୍ଖ ଫୁଙ୍କିବା ସହ ପକାଇଥିଲେ ହୁଳହୁଳି । ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ ।