MKCGରେ ଛାତ୍ରଙ୍କୁ ରାଗିଂ, ୨୫ ହଜାର ଲେଖାଏଁ ଜରିମ।ନା

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ୨ ହାଉସ୍ ସର୍ଜନଙ୍କୁ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ଜରିମାନା କରାଯାଇଛି ।

ଜରିମାନା ବାବଦକୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ କୁହାଯାଇଛି । ଜଣେ ୪ର୍ଥ ବର୍ଷ ଛାତ୍ରଙ୍କୁ ରାଜିଂ ଅଭିଯୋଗରେ ଜରିମାନା କଷା ଯାଇଥିବା ଜଣାପଡ଼ିଛି ।

ଛାତ୍ର ଜଣକ ଆଣ୍ଟି ରାଗିଂ ସେଲକୁ ଜଣାଇବା ପରେ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ ବୈଠକ ବସିଥିଲା । ନିୟମ ଉଲ୍ଲଘଂନ କରିଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦିଆଯାଇଛି ।
ଜରିମାନା କଥା ଜଣାଇଛନ୍ତି, ମେଡ଼ିକାଲ ଅଧିକ୍ଷକ ସୁଚିତ୍ରା ଦାଶ ।