fbpx

WTC ଫାଇନାଲରେ ଏଣ୍ଟ୍ରି କରିବେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ! ଶ୍ରେୟସଙ୍କ ସ୍ଥାନରେ ହୋଇପାରେ କମବ୍ୟାକ

ନୂଆଦିଲ୍ଲୀ: ଚଳିତବର୍ଷ ଭାରତ ପାଖରେ ୨ଟି ଆଇସିସି ଟ୍ରଫି ଜିତିବାର ସୁଯୋଗ ରହିଛି । ଆଇପିଏଲ ପରେ ଭାରାତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଫାଇନାଲ ମ୍ୟାଚ । ଜୁନ ୭ ତାରିଖରେ ଏହି ମ୍ୟାଚ ଇଂଲଣ୍ଡରେ ଖେଳାଯିବାକୁ ଥିବା ବେଳେ ବିଶ୍ୱ ବିଜେତା ହେବା ପାଇଁ ଚେଷ୍ଟା କରିବ । ତେବେ ଏହି ଐତିହାସିକ ପୂର୍ବରୁ ଭାରତର ଷ୍ଟାର ଖେଳାଳି ନିଜର କ୍ଲାସ ଦେଖାଇଛନ୍ତି । ଏହାସହିତ ଦମଦାର ପ୍ରଦର୍ଶନ ସହିତ ଟେଷ୍ଟ ଦଳକୁ ଫେରିବା ପାଇଁ ପାଲଟିଯାଇଛନ୍ତି ବିରାଟ ଦାବିଦାର ।

Ajinkya Rahane Opens Up On His Future In Indian Test Cricket Team On  Cricketnmore

ଆଇପିଏଲର ଚଳିତ ସିଜନରେ ଏକ ଧୂଆଁଦାର ପାଳି ଖେଳିଛନ୍ତି ଭାରତୀୟ ଟେଷ୍ଟ ଟିମର ପୂର୍ବତନ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସେ ମାତ୍ର ୨୭ ବଲରୁ ୬୧ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ରାହାଣେଙ୍କ ଏହି ପାଳିରେ ସାମିଲ ଥିଲା ୭ଟି ଚୌକା ଏବଂ ୩ଟି ଦର୍ଶନୀୟ ଛକା ସାମିଲ ରହିଥିଲା । ଦମଦାର ଫର୍ମରେ ଥିବା ରାହାଣେ ମାତ୍ର ୧୯ ବଲରେ ଅର୍ଦ୍ଧଶତକ ହାସଲ କରି ଆଇପିଏଲ ସିଜନର ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଏହି ଅର୍ଦ୍ଧଶତକୀୟ ପାଳି ସହିତ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ବୋଲି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାହାଣେ । ସେପଟେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଆହତ ହୋଇ ଦଳରୁ ବାଦ୍ ପଡିଛନ୍ତି । ତେଣୁ ତାଙ୍କ ସ୍ଥାନରେ ରାହାଣେ ପୁଣି ଥରେ ଦଳରେ କମବ୍ୟାକ କରିପାରନ୍ତି ବୋଲି ଅନୁମାନ କରାଯାଇଛି ।

ଖରାପ ଫର୍ମ ଯୋଗୁଁ ବେଶ୍ କିଛି ଦିନରୁ ଟିମ ଇଣ୍ଡିଆରେ ସ୍ଥାନ ହରାଇଛନ୍ତି ରାହାଣେ । ତାଙ୍କ ସ୍ଥାନରେ ଟି-୨୦ ଷ୍ଟାର ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସ୍ଥାନ ଦେଇଥିଲା ଟିମ ଇଣ୍ଡିଆ । କିନ୍ତୁ ସେ ବାରମ୍ବାର ଫେଲ ମାରିଛନ୍ତି । ଏହା ଭିତରେ ଶ୍ରେୟସଙ୍କ ଅନୁପସ୍ତିତି ମଧ୍ୟ ଦଳରେ ଆଉ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ତେବେ ଏହି ସମୟରେ ଫାଷ୍ଟ କ୍ଲାସ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ ଏବଂ ମୁମ୍ବାଇ ବିପକ୍ଷ ଏହି ଅର୍ଦ୍ଧଶତକ ପରେ ରାହାଣେ ପୁଣିଥରେ ଭାରତୀୟ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.