fbpx
BSKY
BJD SHG SKY
BJD MC SKY

ଇନ୍ଦିରା ଗାନ୍ଧୀଙ୍କ କୋଳରେ ବାଘ ଛୁଆ, କଂଗ୍ରେସ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ସଫାରୀ ଯାତ୍ରା ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରିବା ଅବସରରେ କର୍ଣ୍ଣାଟକର ବନ୍ଦୀପୁର ଏବଂ ମୂଦୂମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବା ପାଇଁ ପହଁଚିଥିଲେ । ଏଥିରେ ସେ ବନ୍ଦୀପୂର ଟାଇଗର ରିଜର୍ଭରେ ସଫାରିର ଆନନ୍ଦ ନେଇଛନ୍ତି ଏବଂ କ୍ୟାମେରାରେ ଅନେକ ଫଟୋ ମଧ୍ୟ କ୍ଲିକ୍ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ହାତୀଙ୍କୁ ଆଖୁ ଖୁଆଉଥିବାର ଦୁଶ୍ୟ ସାମ୍ନାକୁ ଅସିଛି । ତେବେ ଏହାରି ମଧ୍ୟରେ କଂଗ୍ରେସ ପ୍ରଶ୍ନ କରି ଏହାର କ୍ରେଡିଟ୍ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ବନ୍ଦୀପୂରରେ ୫୦ ବର୍ଷ ପୂର୍ବରୁ ଲଞ୍ଚ ହୋଇଥିବା ପ୍ରୋଜେକ୍ଟ ଟାଇଗରର ସମସ୍ତ କ୍ରେଡିଟ ନେବେ । ଜଙ୍ଗଲରେ ବାସ କରୁଥିବା ପରିବେଶ, ଜଙ୍ଗଲ, ବନ୍ୟଜନ୍ତୁ ଏବଂ ଆଦିବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ସମସ୍ତ ନିୟମ ଭାଙ୍ଗୁଛନ୍ତି । ସେ ଭଲ ଖବର ଉପରେ ରହିପାରନ୍ତି ହେଲେ ବାସ୍ତବରେ ସେ ତାର ସଂପୂର୍ଣ୍ଣ ବିପରୀତ ଅଟନ୍ତି ।

ତେବେ କଂଗ୍ରେସ ମୋଦୀଙ୍କୁ ଆକ୍ରମଣ କରି ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରିଛନ୍ତି ଯେ, ‘କଂଗ୍ରେସ ୭୦ ବର୍ଷରେ କଣ କରିଛି? ଏହା କଂଗ୍ରେସର ସରକାରଥିଲେ ଯେଉଁଥିରେ ୧୯୭୩ରେ ବନ୍ଦୀପୂର ବାଘ ସଂରକ୍ଷଣ ପରିଯୋଜନା ଲାଗୁ କରାଯାଇଥିଲା । ଯେଉଁଠାରେ ଆଜି ଆପଣ ସଫାରୀର ଆନନ୍ଦ ନେଉଛନ୍ତି । ଏହାର ଫଳାଫଳ ହେଉଛି ବାଘ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।’ ଏହା ବ୍ୟତୀତ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଏକ ଖାସ ଅପିଲ କରିଛନ୍ତି ଯେ, ବନ୍ଦୀପୂରକୁ ଅଦାନୀଙ୍କୁ ବିକ୍ରି କରନ୍ତୁ ନାହିଁ ।

Get real time updates directly on you device, subscribe now.