ମୁମ୍ବାଇ: ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ୨୦୨୨ । କିନ୍ତୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ବି ବିଭିନ୍ନ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟା ରାହାଣେ ଏବେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାର୍ମଷ୍ଟ୍ରିଙ୍ଗ ଜନିତ ଆଘାତ ସମସ୍ୟା ସହତ ଲଢୁଥିଲେ । ଫଳରେ ପରେ ସେ ଫିଲଡିଂ କରିବା ପାଇଁ ମଧ୍ୟ ପଡିଆକୁ ଆସିନଥିଲେ । ତେବେ ପରେ ଡାକ୍ତରଙ୍କ ଅନୁସାରେ ଏହା ଆଘାତ ଗୁରୁତର ହୋଇଥିବାରୁ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ରାହାଣେ ଏବେ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ୪ ସପ୍ତାହରୁ ଅଧିକ ସମୟ ପାଇଁ ରିପୋର୍ଟିଙ୍ଗ କରିବେ । ଏହି ଆଘାତ ରାହାଣେଙ୍କ ହାତରୁ ଇଂଲଣ୍ଡ ଗସ୍ତ ମଧ୍ୟ ଛଡାଇ ନେଇପାରେ । ଗସ୍ତ ପୂର୍ବରୁ ଆହତ ସମସ୍ୟା ଦୂର ନହେଲେ ସେ ଭାରତୀୟ ଦଳ ସହିତ ଇଂଲଣ୍ଡ ଯାଇ ପାରିବେନି ବୋଲି କହିଛି ବିସିସିଆଇ । ପୂର୍ବରୁ ଖରାପ ଫର୍ମ ଯୋଗୁଁ ଦଳରୁ ବାଦ ପଡିଥଇଲେ ଭାରତୀୟ ଟେଷ୍ଟ ଦଳର ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟା ରାହାଣେ । ଏବେ ଏହି ଆହତ ତାଙ୍କ ପାଇଁ ଏକ ବଡ ସମସ୍ୟା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଚେତେଶ୍ୱର ପୂଜାରା ଏବଂ ଅଜିଙ୍କା ରାହାଣେଙ୍କ ଖରାପ ଫର୍ମ ଯୋଗୁଁ ଉଭୟ ଦଳରୁ ବାଦ ପଡିଥିଲେ । ତାଙ୍କ ପରିବର୍ତ୍ତେ ଶ୍ରେୟସ ଅୟର ଏବଂ ହନୁମା ବିହାରୀ ଦଳରେ ସ୍ଥାନ ପାଇଥଇଲେ । ତେବେ ପୂଜାରା କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଟିମ ଇଣ୍ଡିଆରେ କମବ୍ୟାକ କରିବା ପାଇଁ ନିଜକୁ ପ୍ରମାଣିତ କରିଛନ୍ତି । ସେପଟେ ରାହାଣେ ନିଜକୁ ପ୍ରମାଣିତ କରିବା ପୂର୍ବରୁ ଆହତ ହୋଇଛନ୍ତି । ଫଳରେ ତାଙ୍କ ଖେଳିବା ନେଇ ସୃଷ୍ଟି ହୋଇଛି ଆଶଙ୍କା ।