fbpx
BJD
BJD SKY
BJD SKY

ରାହୁ ମହାଗ୍ରହଙ୍କ ଗୋଚର ପରେ ସରିବାକୁ ଯାଉଛି ଗୁରୁ ଚଣ୍ଡାଳ ଯୋଗ: ଏହି ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା

BJD

ଓଡ଼ିଶା ଭାସ୍କର: ରାହୁଙ୍କ ଗୋଚର ପରେ, ସରିବାକୁ ଯାଉଛି ଗୁରୁ ଚଣ୍ଡାଳ ଯୋଗ । ଗୁରୁ ଚଣ୍ଡାଳ ଯୋଗର ଶେଷ ହେଲେ ଏହି ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା । ୩୦ ଅକ୍ଟୋବରରେ ମିନ ରାଶିରେ ପ୍ରବେଶ କରିବେ ରାହୁ ମହାଗ୍ରହ । ଯାହା ସହିତ ସରିବ ଦେବଗୁରୁ ବୃହସ୍ପତି ଓ ରାହୁ ମହାଗ୍ରହଙ୍କ ମିଳନରେ ହେଉଥିବା ଅଶୁଭ ଯୋଗ । ଆପଣଙ୍କୁ କହି ରଖୁଛୁ ରାହୁ ମହାଗ୍ରହ ଓ ଦେବଗୁରୁ ବୃହସ୍ପତିଙ୍କ ମିଳନରେ ସୃଷ୍ଟି ହୋଇଥାଏ ଏହି ଗୁରୁ ଚଣ୍ଡାଳ ଯୋଗ । ଅକ୍ଟୋବର ୩୦ରେ ଏହି ଯୋଗର ଘଟିବ ପରିସମାପ୍ତି । ଜ୍ୟୋତିଷ ଶାସ୍ତ୍ର ହିସାବରେ ଗୁରୁ ଚଣ୍ଡାଳ ଯୋଗକୁ ବହୁତ ଅଶୁଭ ଭାବେ ବିବେଚନା କରାଯାଏ । ତେବେ ଏହି ହିସାବରେ ଦେଖିଲେ ଏଥିରୁ ଜଣାଯାଏ କି ଏହି ଯୋଗର ପରିସମାପ୍ତି ପରେ ହିଁ ଅନେକ ରାଶିର ଲୋକଙ୍କ ଜୀବନରେ ଭଲ ସମୟ ଆସିବ । ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ରାଶିମାନଙ୍କ ବିଷୟରେ-

ମେଷ- ଗୁରୁ ଚଣ୍ଡାଳ ଯୋଗ ସରିଲେ ସବୁଠାରୁ ଅଧିକ ଲାଭ ପାଇବେ ମେଷ ରାଶିର ଲୋକ । ଅର୍ଥିକ ପରିସ୍ଥିତିରେ ଆସିବ ସୁଧାର । ପାଇବାକୁଥିବା ଧନରାଶି ପାଇବେ । ଧନ ନିବେଶ କ୍ଷତ୍ରେରେ ରହିବ ଶୁଭ ସମୟ । ସମୟ ଅନୁକୂଳ ରହିବ । ବ୍ୟାପାରରେ ଲାଭ ମିଳିବ, ମନରେ ଭାବିଥିବା ଚାକିରି ମିଳିବ ।

ସିଂହ- ରାହୁ ମହାଗ୍ରହଙ୍କ ଗୋଚରରେ ସିଂହ ରାଶିର ଲୋକଙ୍କ ପାଇଁ ଆସିବ ଭଲ ଦିନ । ପାଉଥିବା ଦରମା ବୃଦ୍ଧି ହେବ । ଆଧ୍ୟାତ୍ମିକ ଦିଗ ପ୍ରତି ମନ ବଳିବ । ଛାତ୍ରଙ୍କୁ ମିଳିବ ଶୁଭଫଳ । ପାର୍ଟନରସିପରେ ହେବ ଲାଭ ।

ତୁଳା- ଗୁରୁ ଚଣ୍ଡାଳ ଯୋଗ ସରିଲେ ତୁଳା ରାଶିରେ ବି ଆସିବ ଶୁଭ ସମୟ । ବହୁଦିନ ଧରି ହେଉଥିବା ରୋଗରୁ ଉପଷମ ମିଳିବ, ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ । ମାନ ସମ୍ମାନରେ ଅଭିବୃଦ୍ଧି ଘଟିବ । ସବୁ କ୍ଷତ୍ରେରେ ପରିବାରର ସହଯୋଗ ମିଳିବ ।

ଧନୁ- ରାହୁ ମହାଗ୍ରହଙ୍କ ଗୋଚରରେ ଧନୁ ରାଶିର ଲୋକ ମଧ୍ୟ ଉପକୃତ ହେବେ । ଆପଣଙ୍କ ଭାଗ୍ୟଦୋୟ ହେବା ସହ ଅନେକ ଶୁଭ ସମାଚାର ପ୍ରାପ୍ତି ହେବ । ଆଗରୁ କରିଥିବା ଯୋଜନାରେ ସଫଳତା ପାଇବେ । ସେୟାର ବଜାରରେ ନିବେଶ ପାଇଁ ଭଲ ସମୟ ।

Get real time updates directly on you device, subscribe now.