fbpx

୩ ରାଜ୍ୟରେ କଂଗ୍ରେସର ପରାଜୟ ପରେ ଏମିତି କହିଲେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଜି ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ଫଳାଫଳ ପ୍ରକାଶ ପାଇଛି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ ତେଲେଙ୍ଗାନାରେ ବିଆରଏସକୁ ହରାଇ ସରକାରକୁ ଆସିଛି କଂଗ୍ରେସ। ତେବେ ୩ ପ୍ରମୁଖ ରାଜ୍ୟରେ ପରାଜୟକୁ ନେଇ ପ୍ରାଥମିକ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ମୁଁ ଜନାଦେଶକୁ ଗ୍ରହଣ କରୁଛି । କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ। ଏହା ସହ ସେ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ। ଅନ୍ୟପଟେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହାକୁ ନେଇ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ତେଲେଙ୍ଗାନାର ଜନତା କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି, ଇତିହାସ ସୃଷ୍ଟି କରିଛନ୍ତି। ଏହା ପ୍ରଜାଲା ତେଲେଙ୍ଗାନାର ବିଜୟ। ଏହା ହେଉଛି ରାଜ୍ୟବାସୀ ଓ କଂଗ୍ରେସ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିଜୟ। ତେଲେଙ୍ଗାନାବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ । ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧି ଓ ପ୍ରଗତି ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା କଂଗ୍ରେସ ଦଳକୁ ବିରୋଧୀ ଦଳ ଦାୟିତ୍ୱ ଦେଇଛନ୍ତି। ଲୋକଙ୍କ ରାୟ ଶିରୋଧାର୍ୟ୍ୟ। ଜୟ ହିନ୍ଦ!”

Get real time updates directly on you device, subscribe now.