fbpx
BJD
BJD SKY
BJD SKY

ବ୍ରହ୍ମାଣ୍ଡର ଗୁପ୍ତ ରହସ୍ୟ ଖୋଲିବ XPoSat ମିଶନ୍ ! ଏବେ ତାରା ଦୁନିଆ ବିଷୟରେ ମିଳିବ ସୂଚନା

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ଭାରତର ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଗଗନଯାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇସ୍ରୋ ଆଉ ଏକ ମିଶନକୁ ନେଇ ମଧ୍ୟ ପ୍ଲାନ ଆରମ୍ଭ କରିଛି । ଖୁବଶୀଘ୍ର ଏକ୍ସ-ରେ-ପୋଲେରିମିଟ(XPoSat) ସାଟେଲାଇଟ ମିଶନ ଲଞ୍ଚ୍ କରିବା ପାଇଁ ଇସ୍ରୋ ଆଗଭର ହୋଇଛି । ଏଥିପାଇଁ ପୋଲର ସାଟେଲାଇଟ ଲଞ୍ଚ୍ ଭେହିକିଲ(PSLV) ରକେଟର ବ୍ୟବହାର କରାଯିବ । ଅନ୍ତରୀକ୍ଷରେ ହେଉଥିବା ରେଡିଏସନ୍ ଉପରେ ରିସର୍ଚ୍ଚ କରିବା ସହ ଇସ୍ରୋର ଏହି ମିଶନ୍ ସେଗୁଡ଼ିକର ଫଟୋ ମଧ୍ୟ ଉଠାଇ ପାରିବ ।

ଇସ୍ରୋର ଏହି ସାଟେଲାଇଟ XPoSat ବିଶ୍ୱ ବ୍ରହ୍ମାଣ୍ଡର ସବୁଠାରୁ ଉଜ୍ଜ୍ୱଳ ୫୦ଟି ସ୍ତ୍ରୋତର ଷ୍ଟଡୀ କରିବ । ଇସ୍ରୋର କହିବା ଅନୁସାରେ, ଭାରତରେ ଅନ୍ତରୀକ୍ଷ-ଆଧାରିତ ଏକ୍ସ-ରେ ଜ୍ୟେତିର୍ବିଜ୍ଞାନ ପ୍ରତିଷ୍ଠା କରାଯାଇଛି । ଏହା ସାଧାରଣତଃ ଇମେର୍ଜିଙ୍ଗ, ଟାଇମ-ଡୋମେନ୍ ଅଧ୍ୟୟନ ଏବଂ ସ୍ପେକ୍ଟ୍ରୋସ୍କୋପି ଇତ୍ୟାଦି ଉପରେ ଧ୍ୟାନ ଦେଇପାରିବ । ତେବେ ଆଗକୁ ଇସ୍ରୋ ଆଣୁଥିବା ଏହି XPoSat ମିଶନ୍ ଖୁବ ଗୁରୁତ୍ୱପୂର୍ଣ୍ଣ । XPoSatକୁ ଶ୍ରୀହରିକୋଟାର ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ପୋଲାର ସାଟେଲାଇଟ ଲଞ୍ଚ୍ ଭେହିକିଲ(PSLV) ଦ୍ୱାରା ଉତକ୍ଷେପଣ କରାଯିବ । ଏହି ଅନୁସନ୍ଧାନ ଏକ୍ସ-ରେ ଜ୍ୟୋତିର୍ବିଜ୍ଞାନକୁ ଏକ ନୂତନ ଦିଗ ପ୍ରଦାନ କରିବ, ପାରମ୍ପରିକ ସମୟ ଏବଂ ଫ୍ରିକ୍ୱେନ୍ସି ଡୋମେନ୍ ଅଧ୍ୟୟନକୁ ପରିପୂର୍ଣ୍ଣ କରିବ, ଯାହା ବୈଜ୍ଞାନିକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବ ବୋଲି କୁହାଯାଉଛି ।

XPoSatର ଅର୍ଥ ହେଉଛି ଏକ୍ସ-ରେ-ସ୍ପେକ୍ଟ୍ରୋସ୍କୋପି ଏବଂ ସମୟ । ଏହା ୦.୮-୧.୫ kev ପରିସରର ଶକ୍ତି ବ୍ୟାଣ୍ଡ ଅଧ୍ୟୟନ କରିବ । ଏହା ପଲସର, ବ୍ଲାକ୍ ହୋଲ୍ ବାଇନାରୀ, କମ୍ ଚୁମ୍ବକୀୟ କ୍ଷେତ୍ର ନ୍ୟୁଟ୍ରନ୍ ତାରକା, ଚୁମ୍ବକୀୟ ଇତ୍ୟାଦି ଅଧ୍ୟୟନ କରିବ । XPoSat ମହାକାଶଯାନ ନିମ୍ନ ପୃଥିବୀ କକ୍ଷପଥରୁ ପର୍ୟ୍ୟବେକ୍ଷଣ ପାଇଁ ନିର୍ମିତ ହୋଇଛି ଯାହା ଦୁଇଟି ବୈଜ୍ଞାନିକ ଭାର ଧାରଣ କରିଥାଏ ।

Get real time updates directly on you device, subscribe now.