fbpx

ରାଷ୍ଟ୍ରପତି ଗସ୍ତ ପାଇଁ ରାହୁଲଙ୍କୁ ମିଳିଲାନି ଅବତରଣ ଅନୁମତି! ଅଭିଯୋଗ ଖଣ୍ଡନ କଲା ବିମାନବନ୍ଦର କର୍ତ୍ତୃପକ୍ଷ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବାରାଣାସୀ ଏବଂ ପ୍ରୟାଗରାଜ ଗସ୍ତକୁ ବାତିଲ କରିବା ପରେ ଅଭିଯୋଗ କରିଥିଲେ, ଯେ ସରକାରଙ୍କ ଚାପରେ ବିମାନବନ୍ଦର ଅଧିକାରୀ ତାଙ୍କ ଘରୋଇ ବିମାନକୁ ଅବତରଣ କରିବାକୁ ଅନୁମତି ଦେଇ ନଥିଲେ । କିନ୍ତୁ ବାରାଣାସୀ ବିମନବନ୍ଦର କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 

ବାରାଣାସୀ ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ, ରାତି ୯ ଟାରେ ଅବତରଣ ପାଇଁ ଇମେଲ୍ ପଠାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧୀ ନିଜ ତାଙ୍କ ଗସ୍ତକୁ ବାତିଲ କରିଛନ୍ତି । ଯେଉଁ ବିମାନରେ ସେ ଆସିଥାନ୍ତେ, ତାହାକୁ ନିଜେ ବାତିଲ କରିଛନ୍ତି ବୋଲି ବାରାଣାସୀ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

କଂଗ୍ରେସର ପ୍ରାଦେଶିକ ସଭାପତି ଅଜୟ ରାଜ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏକ କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ବାରାଣାସୀ ଯାଉଥିଲେ ।। ରାତି ପ୍ରାୟ ୧୧ ଟା ସମୟରେ ବାରାଣାସୀରେ ତାଙ୍କ ବିମାନ ପହଞ୍ଚିବାକୁ ଥିଲା। ଏହା ପରେ ରାହୁଲ ଗାନ୍ଧୀ ପ୍ରୟାଗରକୁ ଯିବାକୁ ଯାଇଥାନ୍ତେ । ରାହୁଲ ଗାନ୍ଧୀଙ୍କ ସ୍ୱାଗତୂ ପାଇଁ କଂଗ୍ରେସ କର୍ମୀମାନେ ବାବତପୁର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ରାଷ୍ଟ୍ରପତି ଗସ୍ତର ବାହାନା କରି ରାହୁଲ ଗାନ୍ଧୀଙ୍କୁ ଅନୁମତି ଦିଆଯାଇନଥିଲା। ସେଥିପାଇଁ ବାରାଣାସୀ ଏବଂ ପ୍ରୟାଗର ପରିଦର୍ଶନ ପାଇଁ ତାଙ୍କର କାର‌୍ୟ୍ୟକ୍ରମ ବାତିଲ କରିବାକୁ ପଡିଲା ।

Get real time updates directly on you device, subscribe now.