fbpx

‘ଭାରତ ଯୋଡୋ’ ଅଭିଯାନକୁ ନେଇ ରାହୁଲ ଗାନ୍ଧୀଙ୍କ ବୟାନ…

ନୂଆଦିଲ୍ଲୀ: କଂଗ୍ରେସ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡୋ’ ଅଭିଯାନ ଆରମ୍ଭ କରିବା ନେଇ କହିଛି । ଏହି ଯାତ୍ରା ୭ ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହେବ । ଭାରତ ଯୋଡୋ ଯାତ୍ରା ୧୨ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ପ୍ରାୟ ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ, ତାହା ପୁଣି ପଦଯାତ୍ରା କରି ।

ଆଉ ଏବେ ଏହି ଯାତ୍ରାକୁ ନେଇ ରାହୁଲ ଗାନ୍ଧୀଙ୍କ ଏକ ବୟାନ ଆସିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ସାଂସଦ ରାହୁଲ ଗାନ୍ଧୀ ଆଜି କଂଗ୍ରେସର ‘ଭାରତ ଯୋଡୋ’ ଅଭିଯାନ ଉପରେ ବୟାନ ରଖିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ଅଭିଯାନରେ ତାଙ୍କ ସହ କେହି କେହି ନଆସିଲେ ବି ସେ ଅଟକିବେ ନାହିଁ, ରାହୁଲ କହିଛନ୍ତି ଯେ ମୋ ସହ କେହି ଆସନ୍ତୁ କିମ୍ବା ନ ଆସନ୍ତୁ ମୁଁ ଏକଟୁଆ ଚାଲିବି ।

ଦିଲ୍ଲୀରେ କନଷ୍ଟୀଚ୍ୟୁସନ କ୍ଲବ୍ ମିଟ୍ ସମୟରେ ରାହୁଲ ଗାନ୍ଧୀ ସିଭିଲ ସୋସାଇଟର ପ୍ରତିନିଧିଙ୍କ ସହ ସାକ୍ଷାତକାର କରି ଏଭଳି କହିଛନ୍ତି । ଏହି ବୈଠକରେ କଂଗ୍ରେସ ଆର୍ଥିକ-ସାମାଜିକ ପ୍ରସଙ୍ଗ ତଥା ଆଗାମୀ ‘ଭାରତ ଯୋଡୋ’ ଯାତ୍ରା ସହ ସାମାଜିକ ସଂଗଠନକୁ ଯୋଡ଼ିବା ଉପରେ ଚର୍ଚ୍ଚା ହୋଇଥିଲା । କାର୍ଯ୍ୟକ୍ରମରେ ରାହୁଲ କହିଥିଲେ ଦେଶର ରାଜନୀତି ସ୍ଥାଣୁ ହୋଇଯାଇଛି । ଆମେ ଯାତ୍ରାରେ କହିବା ଯେ କିଭଳି ଗୋଟିଏ ପଟେ ସଂଘର ବିଚାରଧାରା ଏବଂ ଅନ୍ୟପଟେ ଆମେ ଲୋକଙ୍କୁ ସମସ୍ତଙ୍କ ସହ ଯୋଡ଼ିବା ଭାରତ ଯୋଡୋର ଉଦ୍ଦେଶ୍ୟ ।

Get real time updates directly on you device, subscribe now.