fbpx

ଅସନ୍ତୁଷ୍ଟ ନୀତୀଶ କୁମାରଙ୍କୁ ଫୋନ କରି କ’ଣ କହିଲେ ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ଡିସେମ୍ବର ୧୯ରେ INDIA Allianceର ୪ର୍ଥ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସନ୍ତୁଷ୍ଟ ଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ନୀତୀଶଙ୍କ ସହ କଥାବାର୍ତ୍ତା ହୋଇ ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ ।

ସୂତ୍ରରୁ ପ୍ରକାଶ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା INDIA Allianceର ୪ର୍ଥ ବୈଠକରେ ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ମୁଖ୍ୟ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ତେବେ ଏହି ପ୍ରସ୍ତାବକୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରୀୱାଲ ସମର୍ଥନ ଜଣାଇଥିଲେ । କହିରଖୁଛୁ ନୀତୀଶ କୁମାର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ INDIA Allianceର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ସେବେ ଠାରୁ ସେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । କିନ୍ତୁ ସେ ବିଷୟରେ କୌଣସି ଆଲୋଚନା ହୋଇନଥିଲା । ଏନେଇ ନୀତୀଶ କୁମାର ଅସହଜ ଅନୁଭବ କରିବା ସହ କ୍ଷୁବ୍ଧ ହୋଇଥିଲେ । ଏହା ପରେ ସେ ବୈଠକରୁ ଶୀଘ୍ର ପ୍ରସ୍ଥାନ କରିଥିଲେ ।
ଅପରପକ୍ଷରେ ନୀତୀଶ କୁମାରଙ୍କୁ ନିରାଶ ଦେଖି ରାହୁଲ ଗାନ୍ଧୀ ତାଙ୍କୁ ମନାଇବା ପାଇଁ ପ୍ରୟାସ କରିଥିଲେ । ରାହୁଲ ଫୋନ ଯୋଗେ ତାଙ୍କ ସହ କଥାବାର୍ତ୍ତା କରିବା ସହ INDIA Allianceରେ ନୀତୀଶଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନେଇ ସ୍ପଷ୍ଟ କରିଥିଲେ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ସବୁ ବାଦ ବିବାଦ ଶେଷ କରିବା ପାଇଁ ଚେଷ୍ଟା କରୁଛି ।

Get real time updates directly on you device, subscribe now.