fbpx
BJD SKY
BJD SKY

ନୂଆ ଅନ୍ଦାଜରେ ନଜର ଆସିଲେ ରାହୁଲ ଗାନ୍ଧୀ: ଭାଇରାଲ ହେଉଛି ଫଟୋ

BJD

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ସମାପ୍ତ ହେବା ପରେ ବଦଳି ଯାଇଛି ରାହୁଲ ଗାନ୍ଧୀଙ୍କ ହାବଭାବ । ବର୍ତ୍ତମାନ ମଜାଦାର ମୁଡରେ ତାଙ୍କୁ ଦେଖିବାକୁ ମିଳୁଛି । ନିକଟରେ କାଶ୍ମୀର ଗୁଲମର୍ଗର ବରଫାଛନ୍ନ ପାହାଡରେ ରାହୁଲଙ୍କୁ ସ୍କେଟିଙ୍ଗର ମଜା ନେଉଥିବାର ଦେଖାଯାଇଛି । ଏହି ସମୟର କିଛି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନର ଯାତ୍ରା ପରେ ଏଠାରେ ସେ ଛୁଟି ମନାଉଛନ୍ତି ।

 कांग्रेस नेता सिकंदर बहल ने राहुल गांधी की प्रशंसा में ट्वीट कर कहा, "रागा का जादू, भक्तों की दुर्दशा!" मीर इकबाल अहमद नाम के एक यूजर ने ट्वीट कर कहा, "राहुल गांधी ऑलराउंडर हैं. वह रागा हैं और मेरे नेता हैं." प्रदेश कांग्रेस कमेटी के सूत्रों ने कहा कि गांधी निजी दौरे पर हैं और घाटी में एक निजी समारोह में शामिल होने की संभावना है. (फोटो-@ListenIqbal)

ଗୁଲମର୍ଗର ବରଫ ଚାଦରରେ ସ୍କେଟିଙ୍ଗ କରିବା ପରେ ସେଠାରେ ଅନେକ ପର୍ଯ୍ୟଟକଙ୍କ ସହ ସେଲଫି ନେଇଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କାଶ୍ମୀରର ଗୁଲମର୍ଗରେ ସ୍କେଟିଙ୍ଗ କରି ସେ ଛୁଟି ସମୟକୁ ଭରପୂର ଉପଭୋଗ କରୁଛନ୍ତି । ତେବେ ଏହି ସମୟରେ କିଛି ପର୍ଯ୍ୟଟକ ତାଙ୍କ ସହ ସେଲଫି ନେଇଥିବା ବେଳେ ଏହି ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ରାହୁଲ ଏକ କମା ରଙ୍ଗର ଜ୍ୟାକେଟ ସାଙ୍ଗକୁ କଳା ଚଷମା ଏବଂ ସ୍କେଟିଙ୍ଗ ଷ୍ଟିକ ସହିତ ଠିଆ ହୋଇଥିବାର ଦେଖାଯାଇଛି ।

 कांग्रेस की भारत जोड़ो यात्रा समाप्त होने के बाद पार्टी के पूर्व अध्यक्ष राहुल गांधी छुट्टियों का लुत्फ उठा रहे हैं. राहुल गांधी इस समय कश्मीर के गुलमर्ग में छुट्टियों का आनंद ले रहे हैं. राहुल गांधी ने यहां आइस स्केटिंग भी की. उनके साथ कुछ अन्य पर्यटक भी दिखे. (फोटो-@RatherAbrark)

ତେବେ କିଛି ଲୋକ ରାହୁଲଙ୍କ ଏହି ମସ୍ତି ମୁଡକୁ ସମୟ ନଷ୍ଟ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ସମର୍ଥନ କରିଛନ୍ତି । ଭାରତ ଯୋଡୋ ଯାତ୍ରା ପରେ ଏହା ଏକ ଜରୁରୀ ଛୁଟି ବୋଲି କହିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କୁ ଅନେକ ସମର୍ଥକ ଆଗାମୀ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ ଆଖ୍ୟା ଦେଇଛନ୍ତି ।

Get real time updates directly on you device, subscribe now.