fbpx
BSKY
BJD SHG SKY
BJD YOUTH SKY

(Video) ରାସ୍ତାକଡରେ ଠିଆ ହୋଇ ଦୋସା ତିଆରି କଲେ ରାହୁଲ ଗାନ୍ଧୀ, ଲୋକମାନଙ୍କୁ ନିଜ ହାତରେ ଖୁଆଇଲେ

ତେଲେଙ୍ଗାନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ ରାସ୍ତାକଡ ଭୋଜନାଳୟରେ ଦୋସା ତିଆରି କରିଛନ୍ତି । କଂଗ୍ରେସ ସାଂସଦ ବିଜୟଭେରୀ ଯାତ୍ରା ଅଧୀନରେ କରିମନଗରରୁ ଜଗତିୟାଲ ଗସ୍ତରେ ଥିଲେ । ସେ ରାସ୍ତାରେ ନୁକାପଲ୍ଲୀ ବସ ଷ୍ଟାଣ୍ଡରେ ଅଟକି, ସେଠାରେ ଥିବା ଭୋଜନାଳୟକୁ ଯାଇଥିଲେ ଏବଂ ସେଠାରେ ଦୋସା କରୁଥିବା ବ୍ୟକ୍ତିଙ୍କ ସହ କଥା ହେଲେ ।

ରାହୁଲ ଗାନ୍ଧୀ ସେଠାରେ ପହଁଚି ଦୋକାନୀଙ୍କ ଠାରୁ ପ୍ରଥମେ ବୁଝିଲେ କିପରି ଦୋସା ହୁଏ । ପରେ ସେ ନିଜେ ଦୋସା ତିଆରି କଲେ ଏବଂ ତାର ସ୍ୱାଦ ସମସ୍ତଙ୍କୁ ଚଖାଇଲେ । ଏହାରି ମଧ୍ୟରେ ସାଂସଦ ରାହୁଲ ଗାନ୍ଧୀ ଦୋସା ତିଆରି କରୁଥିବା ଲୋକକୁ ତାଙ୍କ ଆୟ ଏବଂ ଆଗକୁ ଆସୁଥିବା ସମସ୍ୟା କଥା ପଚାରିଲେ । ରାହୁଲ ଗାନ୍ଧୀଙ୍କୁ ସେଠାରେ ସାଧାରଣ ଜନତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ରାହୁଲ ଗାନ୍ଧୀ ଦୋସା ପ୍ରସ୍ତୁତ କରିସାରିବା ପରେ ରାସ୍ତା କଡରେ ଲୋକମାନଙ୍କ ସହ ବସି ଖାଇଲେ । ରାହୁଲ ଗାନ୍ଧୀ ତିଆରି କରିଥିବା ଦୋସାକୁ ନିଜ ହାତରେ ଲୋକମାନଙ୍କୁ ଖୁଆଇଦେଲେ । ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ଲୋକେ ଖୁସି ହୋଇଗଲେ । ଏଥିସହ ସେ ନିଜେ ରାସ୍ତା କଡରେ ବସି ଲୋକମାନଙ୍କ ସହ ଖାଇଲେ ମଧ୍ୟ । ସେଠାରେ ଥିବା କୁନି କୁନି ପିଲାଙ୍କୁ ଚକଲେଟ ବାଣ୍ଟିଛନ୍ତି ।

Get real time updates directly on you device, subscribe now.