fbpx
BSKY
BJD MC SKY
BJD YOUTH SKY

ପୁଣି ଆଦାନିଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍; ଆଣିଲେ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଆଦାନି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ବିଜୁଳି ଓ କୋଇଲା କାରବାରରେ ଦୁର୍ନୀତି ହୋଇଥିବା ନେଇ ରାହୁଲ ଟାର୍ଗେଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଦାନୀଙ୍କ ଯୋଗୁଁ ହିଁ ବିଜୁଳି ଦର ମହଙ୍ଗା ହୋଇଛି । ଇଣ୍ଡୋନେସିଆରେ ଆଦାନୀ କୋଇଲା କିଣୁଥିବା ବେଳେ ଭାରତରେ ଏହାର ଦର ଦ୍ୱିଗୁଣିତ ହୋଇଛି। ସେମାନେ କୋଇଲା ଦରକୁ ଭୁଲ ଭାବେ ଉପସ୍ଥାପନ କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି, ଲୋକମାନେ ବିଦ୍ୟୁତ୍ ଅନ୍ କରିବା ମାତ୍ରେ ଅଦାନିଙ୍କ ପକେଟକୁ ଟଙ୍କା ଯାଇଥାଏ । ଆଦାନୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ଅନ୍ୟ ଦେଶରେ ଏହାର ତଦନ୍ତ ଚାଲିଥିବା ବେଳେ ଭାରତରେ ଆଦାନୀଙ୍କୁ ଖାଲି ଚେକ୍ ଦିଆଯାଇଛି । ସେମାନେ ଯାହା ଚାହିଁବେ ତାହା କରିପାରିବେ । ଲୋକମାନେ ୩୨ ହଜାର କୋଟିର ଆକଳନକୁ ମନେ ରଖିବା ଉଚିତ୍ । ପ୍ରଧାନମନ୍ତ୍ରୀ କାହିଁକି ଆଦାନୀଙ୍କ ବିରୋଧରେ ତଦନ୍ତ କରୁନାହାନ୍ତି ?

Get real time updates directly on you device, subscribe now.