fbpx
BSKY SKY
BSKY SKY

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

BSKY

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଆସନ୍ତା ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲଙ୍କୁ ସ୍ୱାଗତ କରାଯିବ ।  ଏହି ଗସ୍ତ ଅବସରରେ ରାଜ୍ୟର ୩ଟି ସାଙ୍ଗଠନିକ ଜିଲ୍ଲା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଫେବୃଆରୀ ୭ ଓ ୮ରେ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଦେଶବ୍ୟାପି ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଚାଲିଛି । ଏହି କ୍ରମରେ ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ।  ସୂଚନାଯୋଗ୍ୟ ଗତ ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନେତାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

Get real time updates directly on you device, subscribe now.