ସାଧୁଙ୍କ ଭବିଷ୍ୟତବାଣୀ,ପ୍ରଧାନମନ୍ତ୍ରୀ ହେବେ….

ନୂଆଦିଲ୍ଲୀ:ରାହୁଲ ହେବେ ଆଗାମୀ ପ୍ରଧାନମନ୍ତ୍ରୀ , ଏ କଥା ଆମେ ନୁହେଁ ବରଂ କର୍ଣ୍ଣାଟକର ଏକ ଲିଙ୍ଗାୟତ ସେମିନାରୀର ଜଣେ ସାଧୁ ଏହି କଥା କହିଛନ୍ତି । ଏବଂ ଏହା ସହିତ ସେ କହିଛନ୍ତି ରାହୁଲ ସେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇ ରହିବେ ଯେ ପର୍ଯ୍ୟନ୍ତ ମୁଖ୍ୟ ଦଷ୍ଟା ଏଥିରେ ହସ୍ତକ୍ଷେପ ନ କରିବେ ।

କଂଗ୍ରେସ ନେତା ଚିତ୍ରର୍ଦୁଗ ଗାଁର ଶ୍ରୀ ମୁରୁଗାରାଜେନ୍ଦ୍ର ମୁଟ୍ଟଙ୍କୁ ଭେଟିଥିଲେ । ଏବଂ ସେଠାରେ ଉପସ୍ଥିତ ଥିବା ସାଧୁ ହାବେରୀ ହୋସାମୁଟ୍ଟୁ ସ୍ୱାମୀ କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ । ଏହା ସହିତ ସେ କହିଛନ୍ତି ଯେଉଁ ମାନେ ମୁଟ୍ଟୁ ପରିଦର୍ଶନ କରିବାକୁ ଆସନ୍ତି ସେମାନେ ଏଠାରେ ଆର୍ଶୀବାଦ ପ୍ରାପ୍ତ କରନ୍ତି ।

ସୂଚନାମୁତାବକ କର୍ଣ୍ଣାଟକର ଜନ ସଂଖ୍ୟାର ପ୍ରାୟ ୧୭ ପ୍ରତିଶତ ଲିଙ୍ଗାୟତ ମାନେ ବିଜେପି ଭୋଟର ଅଟନ୍ତି । ଏହାକୁ ଛାଡି ଦେଲେ ଆଉ ସବୁ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ କଂଗ୍ରେସର ସମର୍ଥକ ଅଟନ୍ତି । ତେବେ ଆଗାମୀ ବର୍ଷ ମେ ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପି ପ୍ରଥମେ ଲିଙ୍ଗାୟତ ସମ୍ପ୍ରଦାୟର ବି ଏସ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଗତବର୍ଷ ଏହା ଏହାକୁ ପରିବର୍ତ୍ତନ କରାଯାଇଛି ବାସଭରାଜ ବୋମ୍ମାଇଙ୍କୁ ଏହି ଦାଇତ୍ୱ ଦିଆଯାଇଥିଲା । ସେ ମଧ୍ୟ ଏହି ସମାନ ସମ୍ପ୍ରଦାୟର ଅଟନ୍ତି । ତେବେ କଂଗ୍ରେସ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଦଳ ଧୀରେ ଧୀରେ ତାର ସତ୍ତା ହରାଇବାକୁ ବସିଲାଣି ଠିକ ଏହି ସମୟରେ ସାଧୁଙ୍କର ଏହି ଭବିଷ୍ୟତ ବାଣୀ କେତେ ସତ୍ୟାସତ ହେବ ତାହା ସ୍ପଷ୍ଟ ଭାବରେ ଅନୁମାନ ଲଗାଯାଇ ପାରୁଛି ।