fbpx

ଅଧିନାୟକ ଭାବେ ରୋହିତ ବହୁତ କୁଲ୍, ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରହିବ: କେଏଲ ରାହୁଲ

ଜୟପୁର : ଟି-୨୦ ଦଳର ଅଧିନାୟକ ଭାବେ ରୋହିତ ଶର୍ମାଙ୍କ କାର୍ଯ୍ୟକାଳ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରୁ ଆରମ୍ଭ ହେବ। ଏହି ସିରିଜ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ଟି-୨୦ ଦଳର ଉପ ଅଧିନାୟକ କେଏଲ ରାହୁଲ କହିଛନ୍ତି, ଖେଳାଳି ରାହୁଲ ଦ୍ରାବିଡ ଓ ରୋହିତ ଶର୍ମାଙ୍କ ସହିତ କାମ କରିବା ପାଇଁ ଉତ୍ସାହିତ।
ନୂତନ ଅଧିନାୟକ ବିଷୟରେ ରାହୁଲ କହିଛନ୍ତି, ଆମେ ରୋହିତଙ୍କୁ ଆଇପିଏଲରେ ଦେଖିଛୁ। ଲିଗ୍ରେ ତାଙ୍କ ରେକର୍ଡ ସବୁ କିଛି ଦର୍ଶାଇଥାଏ। ସେ ଖେଳକୁ ବେଶ୍ ଭଲ ଭାବେ ବୁଝି ପାରନ୍ତି ଏବଂ ଦମଦାର ରଣନୀତି ପ୍ରସ୍ତୁତ କରନ୍ତି। ଏହି କାରଣରୁ ସେ ଅଧିନାୟକ ଭାବେ ଏତେ ସବୁ ହାସଲ କରି ପାରିଛନ୍ତି। ରୋହିତ ଡ୍ରେସିଂ ରୁମରେ ସ୍ଥିରତା ଆଣିବେ ଏବଂ ଏଥିରେ ଡ୍ରେସିଂ ରୁମର ମାହୋଲ ବହୁତ ଭଲ ରହିବ ବୋଲି ରାହୁଲ କହିଛନ୍ତି।
ଆଗାମୀ କିଛି ସପ୍ତାହରେ ଜଣା ପଡିବ ଯେ, ଦଳର ଲକ୍ଷ୍ୟ ଏବଂ ଆଭିମୁଖ୍ୟ କଣ। ଦଳଗତ ଖେଳରେ ନିଷ୍ପତ୍ତି ସାମୂହିକ ଭାବେ ନିଆଯାଏ ଏବଂ ନେତୃତ୍ଵକର୍ତ୍ତାଙ୍କୁ ଏହା ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଥାଏ। ସେ ଏହା ସୁନିଶ୍ଚିତ କରିବେ ଯେ, ପ୍ରତିଟି ଖେଳାଳି ନିଜର ଭୂମିକା ବିଷୟରେ ଜାଣନ୍ତୁ ଏବଂ ନିଜ ସ୍ଥାନକୁ ନେଇ ଦଳରେ ସୁରକ୍ଷିତ ଅନୁଭବ କରନ୍ତୁ।
ରାହୁଲ ଦ୍ରାବିଡଙ୍କ ବିଷୟରେ ରାହୁଲ କହିଛନ୍ତି, ତାଙ୍କ ଆଗମନରେ ଦଳରେ ଖେଳାଳିଙ୍କ ମନୋବଳ ଆହୁରି ବୃଦ୍ଧି ଘଟିବ। କାରଣ ଦ୍ରାବିଡ ଯୁବ ଖେଳାଳିଙ୍କୁ ବହୁତ ଭଲ ମାର୍ଗଦର୍ଶନ କରି ପାରନ୍ତି। ମୁଁ ଯେତେବେଳେ କର୍ଣ୍ଣାଟକ ପକ୍ଷରୁ ଖେଳୁଥିଲି ଦ୍ରାବିଡଙ୍କ ମାର୍ଗଦର୍ଶନ ଖୁବ୍ ପାଇଛି। ଦ୍ରାବିଡ ନିଜର କୋଚିଂର ଦକ୍ଷତା ୧୯ ବର୍ଷରୁ କମ ଦଳ ସହ ଦେଖାଇ ସାରିଛନ୍ତି। ଦ୍ରାବିଡ ବହୁତ ବଡ ନାମ ଏବଂ ଆମକୁ ତାଙ୍କଠୁ ବହୁତ କିଛି କ୍ରିକେଟ୍ ଶିଖିବାକୁ ପଡିବ ବୋଲି କେଏଲ ରାହୁଲ କହିଛନ୍ତି।

Get real time updates directly on you device, subscribe now.