fbpx

କୋହଲିଙ୍କୁ ବିରୋଧ କଲା LGBTQ ସମୁଦାୟ ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିଛି ଏଲଜିବିଟିକ୍ୟୁ ସମୁଦାୟ । ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ଏଲଜିବିଟିକ୍ୟୁ ସମୁଦାୟର ପ୍ରବେଶ ଉପରେ ଜାରି କରାଯାଇଥିବା କଟକଣାକୁ ନେଇ ଅନଲାଇନ ସମାଲୋଚନା କରାଯାଇଥିଲା । କୋହଲିଙ୍କ ୱାନ-୮ ରେଷ୍ଟୁରାଣ୍ଟ ଚେନରେ ଷ୍ଟାଗ ଏଣ୍ଟ୍ରି ଉପରେ କଟକଣା ରହିଥିବାରୁ ଭାରତୀୟ ଅଧିନାୟକଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ୱାନ-୮ର ଇନଷ୍ଟା ପୋଷ୍ଟରେ ଏଲଜିବିଟିକ୍ୟୁ ସମୁଦାୟ ୟେସ ୱି ଏକ୍ଜିଷ୍ଟ ପକ୍ଷରୁ କମେଣ୍ଟରେ ଏହି ସବୁ ଜିନିଷ ଲେଖାଯାଇଥିଲା । ପୁଣେ, ଦିଲ୍ଲୀ, କୋଲକାତାରେ ଏହି ରେଷ୍ଟୁରାଣ୍ଟର ଚେନ୍ ରହିଥିବା ବେଳେ ଜୋମାଟୋ ଲିଷ୍ଟିଙ୍ଗରେ ଷ୍ଟାଗ ଏଣ୍ଟ୍ରିକୁ ଅନୁମତି ନାହିଁ ବୋଲି ଲେଖାଯାଇଛି । ଏ ନେଇ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ ମେସେଜ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଭାରତରେ ଏଲଜିବିଟିକ୍ୟୁ ସମୁଦାୟ ସହିତ ଏମିତି ହିଁ ବ୍ୟବହାର କରାଯାଏ । ବିରାଟ କୋହଲି ମଧ୍ୟ ସମାନ ମାନସିକତାରୁ ଭିନ୍ନ ନୁହନ୍ତି । ଏଲଜିବିଟିକ୍ୟୁ ସମୁଦାୟ ପ୍ରତି ବାର ଓ ରେଷ୍ଟୁରାଣ୍ଟରେ କରାଯାଉଥିବା ଭେଦଭାବ ଆଦୌ ନୂଆ ନୁହେଁ । ଉଭୟ ଜୋମାଟୋ ଏବଂ ୱାନ-୮ ଏହା ଉପରେ ଧ୍ୟାନ ଦେବା ଉଚିତ ବୋଲି କୁହାଯାଇଛି । ଏହି ପୋଷ୍ଟ ପକ୍ଷରେ ୱାନ-୮ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଆମେ ବିବିଧତାରେ ବିଶ୍ୱାସ ରଖିଥାଉ ତେଣୁ ଏପରି ଅଭିଯୋଗ ଭିତ୍ତିହୀନ ବୋଲି ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.