ବନବିଭାଗର ବଡ଼ ରେଡ, 15 ଲକ୍ଷରୁ ଅଧିକ ଟଙ୍କାର 800 ସିଫ କାଠ ଜବତ

130ରୁ ଅଧିକ ବନବିଭାଗ କର୍ମଚାରୀ ଏବଂ ପୋଲିସ ସାମିଲ

ଓଡିଶାଭାସ୍କର : କେନ୍ଦୁଝର ଢେଙ୍କିକୋଟରେ ବନବିଭାଗ ବଡ ଚଢ଼ାଉ ଜାରି ରହିଛି। ସୂଚନା ମୁତାବକ, କେନ୍ଦୁଝରର ସାମନ୍ତରାୟପୁରଠାରେ ଏହି ଘଟଣା ଘଟିଛି।

ଏହି ଚଢ଼ାଉରେ 15 ଲକ୍ଷରୁ ଅଧିକ ଟଙ୍କାର 800 ସିଫ କାଠ ଜବତ। 2 ଏସିଏଫ ଏବଂ 4 ରେଞ୍ଜରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ଜଣାପଡିଛି। ଏଥିରେ 130ରୁ ଅଧିକ ବନବିଭାଗ କର୍ମଚାରୀଙ୍କ ସମେତ ପୋଲିସ ମଧ୍ୟ ସାମିଲ ଥିବା ଜଣାପଡିଛି।