fbpx

ଏଣିକି ରେଳଯାତ୍ରୀଙ୍କୁ ଥୁକିବା ପାଇଁ ଦିଆଯିବ ଏକ ସ୍ୱତନ୍ତ୍ର ପାଉଚ୍, ଏହାଦ୍ୱାରା ସରକାରଙ୍କର ବଞ୍ଚିଯିବ ୧୨ ଶହ କୋଟି

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ଷ୍ଟେସନ ଓ ଟ୍ରେନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ କଠୋର କଟକଣା ଲାଗୁ ହେବା ପରେ ମଧ୍ୟ ସାର୍ବଜନିକ ସ୍ଥାନରେ ଛେପ ପକାଇବାକୁ ନିୟନ୍ତ୍ରଣ କରାଯାଇ ପାରିନଥିଲା । ତେଣୁ ଲୋକମାନଙ୍କର ଏପରି କୁଅଭ୍ୟାସକୁ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ଅଭିନବ ତରିକା ଆପଣା ଯାଇଛି । ପ୍ରତ୍ୟେକ ବର୍ଷ ପାନ ଓ ତମ୍ବାଖୁ ଥୁକିବା କାରଣରୁ ସୃଷ୍ଟି ହେଉଥିବା ଆବର୍ଜନା, ଦାଗକୁ ସଫା କରିବା ପାଇଁ ବିଭାଗ ପକ୍ଷରୁ ୧୨ ଶହ କୋଟି ଖର୍ଚ୍ଚ କରିବାକୁ ପଡ଼ୁଥିଲା । ତେବେ ଏହି ନୂଆ ନିୟମ ଦ୍ୱାରା ରେଳବାଇର ମୋଟା ଅଙ୍କର ଅର୍ଥ ସଞ୍ଚୟ ହେବ ବୋଲି କୁହାଯାଉଛି ।

ତେବେ ଏଣିକି ରେଳ ଷ୍ଟେସନଗୁଡ଼ିକରେ ଭେଣ୍ଡିଂ ମେସିନ ଓ କିୟୋସ୍କୋ ଲଗାଯିବ । ଏବେ ୪୨ଟି ଷ୍ଟେସନରେ ଏହି ବ୍ୟବସ୍ଥା କରାଯିବ । ରିପୋର୍ଟ ମୁତାବକ, ଭେଣ୍ଠିଂ ମେସିନରେ ୫ ଓ ୧୦ ଟଙ୍କିଆ ପାଉଚ ଥୁକଦାନ ମିଳିବ । ଉକ୍ତ ପାଉଚ ସହାୟତାରେ ଯାତ୍ରୀମାନେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଥୁକି ପାରିବେ । ଏହି ବାୟୋଡିଗ୍ରେଡେବଲ ପାଉଚକୁ ୧୫-୨୦ ଥର ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଛେପକୁ ଏହି ପାଉଚ ଏକ କଠିନ ପଦାର୍ଥରେ ପରିବର୍ତ୍ତନ କରିଦେଇଥାଏ । ଥରେ ପାଉଚକୁ ବ୍ୟବହାର କରି ସାରିବା ପରେ ଏହାକୁ ମାଟିରେ ମିଶାଇ ଦିଆଯାଇଥାଏ । ଏହା ସମ୍ପୂର୍ଣ୍ଣ ଭାବେ ମିଶ୍ରିତ ହୋଇଯାଉଥିବାରୁ ଏଥିରେ ପ୍ରଦୂଷଣର ଆଶଙ୍କା ରହିବ ନାହିଁ । ଏହି ନୂଆ ପ୍ରକ୍ରିୟା ପଶ୍ଚିମ, ଉତ୍ତର ଓ ମଧ୍ୟ ରେଳବାଇରେ କାର୍ଯ୍ୟକାରୀ ନେଇ ନାଗପୁରର ଏକ ଷ୍ଟାଟଅପକୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.