fbpx

ରେଳବାଇ ଦେଲା ବଡ଼ ଆଶ୍ୱସ୍ତି: ୫୦ ନୁହେଁ ଏଣିକି ୧୦ ଟଙ୍କାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ରେଳବାଇ ଲାଗୁ କରିଥିବା ସବୁ କଟକଣାକୁ ହଟାଇବା ଆରମ୍ଭ କରିଛି । ନିକଟରେ ରେଳବାଇ ସମସ୍ତ ସ୍ପେଶାଲ୍ ଟ୍ରେନ୍ କୁ ସମାପ୍ତ କରି ସାଧାରଣ ପରିଚାଳନା ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛି । ଏହା ଭିତରେ ସେଣ୍ଟ୍ରାଲ୍ ରେଲୱେ ଏବେ ପ୍ଲାଟଫର୍ମ ଟିକେଟ୍ ମୁଲ୍ୟକୁ କମ୍ କରିବା ନେଇ ନିଷ୍ପତ୍ତି ନେଇଛି ।

ସେଣ୍ଟ୍ରାଲ୍ ରେଲୱେ ଦ୍ୱାରା ଜାରି କରାଯାଇଥିବା ଆଦେଶ ମୁତାବକ, ଏବେ ୫୦ ଟଙ୍କା ସ୍ଥାନରେ ପ୍ଲାଟଫର୍ମ ଟିକେଟ୍ ମୁଲ୍ୟ ୧୦ ଟଙ୍କା କରିଦିଆଯାଇଛି । ସିଏସଏମଟି, ଦାଦର୍, ଏଲଟିଟି, ଠାଣେ, କଲ୍ୟାଣ ଓ ପନୱେଲ୍ ଷ୍ଟେସନ୍ ରେ ପ୍ଲାଟଫର୍ମ ଟିକେଟ୍ ଦାମ୍ ୧୦ ଟଙ୍କା କରିଦିଆଯାଇଛି । ନଭେମ୍ବର ୨୫ ତାରିଖରୁ ଏହି ଆଦେଶ ଲାଗୁ କରାଯାଇଛି ।

କରୋନା ସମୟରେ ରେଳବାଇ ପରିଚାଳନାକୁ ବନ୍ଦ କରି ଦେଇଥିଲା। କିନ୍ତୁ ପରେ ଯେତେବେଳେ କୋଭିଡ ସଂକ୍ରମର ସ୍ଥିତିରେ ସୁଧାର ଆସିଲା ସେତେବେଳେ ପର୍ଯ୍ୟାୟ ଅନୁସାରେ ଟ୍ରେନ୍ ଚଳାଚଳ ଆରମ୍ଭ ହେଲା । ଏହା ସହିତ ଟ୍ରେନ୍ ଟିକେଟ୍ ମୂଲ୍ୟ ମଧ୍ୟ ହ୍ରାସ କରାଗଲା । କରୋନା ଅବଧିରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ରେଳବାଇ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ପ୍ଲାଟଫର୍ମରେ ଭିଡ଼ କମିପାରିବ ।

Get real time updates directly on you device, subscribe now.