fbpx

NTPC ଓ RRB ପରୀକ୍ଷାର୍ଥୀଙ୍କ ହିଂସାକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ଜାଣନ୍ତୁ କଣ କହିଲେ

AAKASH

ନୂଆଦିଲ୍ଲୀ: ଏନଟିପିସି ଓ ଆରଆରବି ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ମାନେ ଉତ୍ୟକ୍ତ ହେବା ସହିତ ହିଂସାକାଣ୍ଡ ଘଟାଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବୈଷ୍ଣବ କହିଛନ୍ତି ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଆସନ୍ତା ୪ ମାର୍ଚ୍ଚରେ ଏହି କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି ରିପୋର୍ଟ ମିଳିବା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ଅଶ୍ୱିନୀ କହିଛନ୍ତି ।

ବିହାର ଗୟାରେ ରେଳୱେ ନିଯୁକ୍ତିରେ ଅନିୟମିତତାକୁ ନେଇ ଛାତ୍ରମାନେ ପ୍ରଦର୍ଶନ କରିଛନ୍ତି । ଏଥିରେ କିଛି ପ୍ରଦର୍ଶନକାରୀ ଛାତ୍ରମାନେ ବିରୋଧସ୍ୱରୂପ ଟ୍ରେନ ବଗିରେ ନିଆଁ ଲଗାଇଥିବା ଜଣାପଡିଛି । ଚାଲୁଥିବା ଟ୍ରେନ ଉପରକୁ ପଥରମାଡ଼ କରିଛନ୍ତି ଛାତ୍ର । ଏହା ସହ ଛାତ୍ରମାନେ ଶ୍ରମଜୀବୀ ଏକ୍ସପ୍ରେସକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି । ରେଲୱେ ପରୀକ୍ଷାରେ ଅନିୟମିତତାକୁ ନେଇ ହଙ୍ଗାମା ହୋଇଛି । ଏହି ମାମଲାରେ ଏସଏସପି ଆଦିତ୍ୟ କୁମାର କହିଛନ୍ତି ଯେ, ‘ଛାତ୍ରମାନେ କାହା କଥାରେ ଭାସିଯାଅନି । ରେଲୱେ ଏକ କମିଟି ଗଠନ କରିଛି, ଯିଏ କି ଏହାର ତଦନ୍ତ କରିବ । କିଛି ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଏହି ସମ୍ବନ୍ଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ଅନ୍ୟପଟେ ଛାତ୍ରଙ୍କ ଆନ୍ଦୋଳନ ଦେଖି ରେଲୱେର ୨ଟି ପରୀକ୍ଷା ଏନଟିପିଏସ ଓ ଲେଭଲ-୧ ଉପରେ ରୋକ୍ ଲଗାଇଛି ରେଳ ମନ୍ତ୍ରଣାଳୟ ।

Get real time updates directly on you device, subscribe now.