fbpx
BSKY
BJD YOUTH SKY
BJD MS SKY

ଜାଲ୍‌ କାଗଜପତ୍ର କରି ଠକେଇ ଅଭିଯୋଗ, PNB ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର : ଜାଲ୍‌ କାଗଜପତ୍ର କରି ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ ହୋଇଛନ୍ତି । ଜାଲ ପ୍ରମାଣ ପତ୍ର ଦେଖାଇ ଠକେଇ ଅଭିଯୋଗରେ ପୂର୍ବତନ ମ୍ୟାନେଜରଙ୍କ ସହିତ ତାଙ୍କର ୨ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି । ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଚିଫ ମ୍ୟାନେଜରଙ୍କ ନାଁ ହେଉଛି ବିରେନ୍ଦ୍ର କୁମାର ପଟ୍ଟନାୟକ । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଥିଲେ । ଏବଂ ତାଙ୍କ ସହିତ ଆଉ ଜଣେ ଅଧିକାରୀ ନିରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି । ବହୁ ଆଗରୁ ତାଙ୍କ ନାଁ ଜାଲ ପ୍ରମାଣ ପତ୍ର ଠକେଇ ଅଭିଯୋଗ ହୋଇଥିଲା । ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW ।

Get real time updates directly on you device, subscribe now.