fbpx

ଶପିଂ କରନ୍ତୁ ଆଉ ମାସେ ପରେ କରନ୍ତୁ ପେମେଣ୍ଟ: ଏହି ସୁବିଧା ହାସଲ ପାଇଁ ଫଲୋ କରନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: ପକେଟରେ ପଇସା ନଥିଲେ ଶପିଂ କରିବା ମୁସ୍କିଲ । ଏହି ସମସ୍ୟାର ସମାଧାନ ପାଇଁ ପେଟିଏମ ପକ୍ଷରୁ ଏକ ଅଭିନବ ଉପାୟ ଅଣାଯାଇଛି । ଏହି ଉପାୟ ଆପଣେଇଲେ ଆପଣ ବର୍ତ୍ତମାନ ସଙ୍ଗେସଙ୍ଗେ ଫ୍ରି ଶପିଂ କରିପାରିବେ । ଏକ ମାସ ମଧ୍ୟରେ ନିଜ ସୁବିଧା ଅନୁସାରେ ଆପଣ ଏହି ପେମେଣ୍ଟ କରିପାରିବେ । ପେଟିଏମ ପୋଷ୍ଟପେଡ ମାଧ୍ୟମରେ ଏହି ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ୍ ପକ୍ଷରୁ ବାଏ ନାଓ ପେ ଲାଟର ବା ବର୍ତ୍ତମାନ କିଣି ପରେ ଦେୟ ପ୍ରଦାନ କରନ୍ତୁ । ଗ୍ରାହକଙ୍କ ପ୍ରୋଫାଇଲ ଅନୁସାରେ ପେଟିଏମ ପକ୍ଷରୁ ଏକ କ୍ରେଡିଟ ଲିମିଟ୍ ପ୍ରଦାନ କରାଯାଇଥାଏ । ଏହି କ୍ରେଡିଟ ଲିମିଟ ମଧ୍ୟରେ ଗ୍ରାହକ କିଣିବା ସହିତ ଏକ ମାସ ମଧ୍ୟରେ ଏହାର ପେମେଣ୍ଟ କରିହେବ । ପେଟିଏମ୍ ଆପ୍ ମଧ୍ୟରେ ରିଚାର୍ଜ, ବିଲ ପେମେଣ୍ଟ ବା ଅନ୍ୟ ଶପିଂରେ କ୍ରେଡିଟ ଲିମିଟର ବ୍ୟବହାର କରିହେବ । ଏପରିକି ଆଖପାଖରେ ଥିବା ରାସନ ଦୋକାନରୁ ମଧ୍ୟ ଶପିଂ କରିପାରିବେ । ଯଦି ଆପଣଙ୍କ ନମ୍ବରରେ ପେଟିଏମ ପୋଷ୍ଟ ପେଡ ନାହିଁ ତେବେ ନିଜର କେୱାଇସି ଅପଡେଟ କରାଇ ଆଉଥରେ ଆବେଦନ କରିପାରିବେ ।

Get real time updates directly on you device, subscribe now.