Railway Recruitment 2022 : ରେଲୱେରେ ଏହି ପଦରେ ବିନା ପରୀକ୍ଷାରେ ନିଯୁକ୍ତି, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରେଲୱେରେ ଖେଳ କୋଟା ମାଧ୍ୟମରେ ୨୧ ଖାଲି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ରେଲୱେ ଡାଇରେକ୍ଟ ଭର୍ତ୍ତି ନୋଟିଫିକେଶନ ୨୦୨୨ର ଅଫିସିଆଲ ନୋଟିଫିକେସନ rrc-wr.com ଜାରି କରାଯାଇଥିଲା । ଏହି ଭର୍ତ୍ତି ଖେଳ ଉପଲବ୍ଧି, ଶିକ୍ଷାଗତ ଯୋଗ୍ୟତା, ପରୀକ୍ଷଣ ଏବଂ ମୂଲ୍ୟାଙ୍କନ ଆଧାରରେ କରାଯିବ ଏବଂ ଅନ୍ୟ କୌଣସି ଭିନ୍ନ ପରୀକ୍ଷା ଆୟୋଜନ କରାଯିବ ନାହିଁ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ରେଲୱେ ଭର୍ତ୍ତି ୨୦୨୨ ପାଇଁ ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର ୨୦୨୨ ଅଟେ । ଏହି ପଦରେ ଚୟନ ହେବା ପ୍ରାର୍ଥୀଙ୍କୁ ୯୨୩୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତିମାସରେ ଦରମା ମିଳିବ । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ନିର୍ଦ୍ଧାରିତ ସମୟ ଅବଧି ସମୟରେ ରେଲୱେ ଚାକିରି ୨୦୨୨ ପାଇଁ ଆବେଦନ କରିପାରିବେ ।

ଆବେଦନ କରୁଥିବା ଆଶାୟୀଙ୍କ ଆୟୁ ୧ ଜାନୁଆରୀ ୨୦୨୩ କୁ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆଶାୟୀଙ୍କ ଜନ୍ମ ୨ ଜାନୁଆରୀ ୧୯୯୮ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୫ ପରେ ହୋଇନଥିବା ଦରକାର । ଆଶାୟୀଙ୍କୁ ଧ୍ୟାନ ଦେବାକୁ ହେବ ଯେ ଏଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ । ତେଣୁ ବୟସ ସୀମାରେ ଛାଡ଼ ମିଳିବ ନାହିଁ ।

ରେଲୱେ ଡାଇରେକ୍ଟ ନିଯୁକ୍ତି ପ୍ରକ୍ରିୟା ଭିନ୍ନ ଭିନ୍ନ ଚୟନ ଫେଜ୍ ମାଧ୍ୟମରେ କରାଯିବ । ଯେଉଁଥିରେ ଖେଳ ଆଚିଭମେଣ୍ଟର ପରୀକ୍ଷଣ ଏବଂ ମୂଲ୍ୟାଙ୍କନ, ଶିକ୍ଷାଗତ ଯୋଗ୍ୟତା ସାମିଲ ରହିଛି । ରେଲୱେ ଟିମ୍ ସହ ଭାରତୀୟ ରେଲୱେ ର ଟିମ ପାଇଁ ପ୍ରାର୍ଥୀଙ୍କର ଖେଳ ପ୍ରଦର୍ଶନ ଏବଂ ଯୋଗ୍ୟତା ଟ୍ରାଏଲ କମିଟି ଦ୍ୱାରା ପରୀକ୍ଷଣ କରାଯିବ । ଟ୍ରାଏଲ ଆଧାରରେ ଆଶାୟୀଙ୍କୁ ‘ଫିଟ୍’ କିମ୍ବା ‘ଅନଫିଟ୍’ ଘୋଷଣା କରାଯିବ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।