fbpx

ରେଲୱେରେ ସରକାରୀ ଚାକିରି ପାଇବାର ସୁଯୋଗ: ଖାଲି ପଡ଼ିଛି ୭୯୧୪ ପଦବୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Advertisement

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ସରକାରୀ ଚାକିରି ଖୋଜୁଥିବା ଯୁବପୀଢ଼ିମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଭାରତୀୟ ରେଲୱେରେ ମୋଟ ୭,୯୧୪ ପଦବୀ ପାଇଁ ଖାଲି ପଡ଼ିଛି । ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (SCR), ଦକ୍ଷିଣ ପୂର୍ବ ରେଳବାଇ (SER) ଏବଂ ଉତ୍ତର ପଶ୍ଚିମ ରେଳବାଇ (NWR) ର ନିଯୁକ୍ତି ସେଲ୍ ୨୦୨୩ ରେ ସମ୍ପୃକ୍ତ ବିଭାଗରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଜାରି କରିଛି । ଏହାର ପ୍ରାର୍ଥୀଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ ।

ଦକ୍ଷିଣ କେନ୍ଦ୍ରୀୟ ରେଲୱେରେ ୪୧୦୩ ଟି, ଦକ୍ଷିଣ ପୂର୍ବ ରେଳବାଇରେ ୨୦୨୬ ଟି ଏବଂ ଉତ୍ତର ପଶ୍ଚିମ ରେଳବାଇରେ ୧୭୮୫ ଟି ପଦବୀ ଖାଲି ଅଛି । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସମ୍ପୃକ୍ତ ଜୋନର ୱେବସାଇଟ୍ ପରିଦର୍ଶନ କରି ରେଳ ଆପ୍ରେଣ୍ଟିସ୍ ନିଯୁକ୍ତି ୨୦୨୩ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ବିଷୟରେ ସୂଚନା କେବଳ ୩୦ ଡିସେମ୍ବରରେ ଦିଆଯାଇଥିଲା । ପ୍ରାର୍ଥୀମାନଙ୍କୁ କୁହାଯାଇଛି ଯେ ସେମାନେ ଅଫିସିଆଲ୍ ୱେବସାଇଟ୍ scr.indianrailways.gov.in, rrcser.co.in ଓ rrcjaipur.inକୁ ଯାଇ ଅନଲାଇନ୍ ଆବେଦନ ଫର୍ମ ପୂରଣ କରିପାରିବେ ।

ଭାରତୀୟ ରେଳ ପଦବୀ ଖାଲି ବିବରଣୀ :-
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣ ଜୋନରେ ଆପ୍ରେଣ୍ଟିସ୍ ପାଇଁ ୪୧୦୩ ଟି ଖାଲି ଅଛି । ଏହି ଅଞ୍ଚଳ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶକୁ ସଂଯୋଗ କରୁଛି । ଦକ୍ଷିଣ ପୂର୍ବ ଜୋନରେ ଶିକ୍ଷାର୍ଥୀମାନଙ୍କ ପାଇଁ ୨୦୨୬ ପଦବୀ ଖାଲି ଅଛି । ଏଥି ସହିତ ଉତ୍ତର ପଶ୍ଚିମ ଅଞ୍ଚଳରେ ରେଳବାଇରେ ଆପ୍ରେଣ୍ଟିସ୍ ପାଇଁ ୧୭୮୫ ଟି ପଦବୀ ଖାଲି ଅଛି ।

ଯୋଗ୍ୟତା :-
ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହା ସହିତ ଆଇଟି ସାର୍ଟିଫିକେଟ୍ ଥିବା ଉଚିତ୍ ।

ଆବେଦନ ଶୁଳ୍କ :-

ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୧୦୦ ଟଙ୍କା ଦେବାକୁ ପଡିବ ।

ବୟସ :-

ପ୍ରାର୍ଥୀମାନେ ୧୫-୧୨-୨୦୨୨ ସୁଦ୍ଧା ୧୫ ବର୍ଷ ବୟସ ହୋଇଥିବା ଉଚିତ୍ ଏବଂ ୨୪ ବର୍ଷ ବୟସରୁ ଅଧିକ ନହୋଇଥିବା ଦରକାର । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ କ୍ଷେତ୍ରରେ ସର୍ବାଧିକ ବୟସ ସୀମା ୦୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କ କ୍ଷେତ୍ରରେ ୩ ବର୍ଷ ଛାଡ ହେବ ।

ଚୟନ ପ୍ରକ୍ରିୟା:-
ଯୋଗ୍ୟତା ତାଲିକା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ମାଟ୍ରିକ୍ (ସର୍ବନିମ୍ନ ୫୦% ଏଗ୍ରିଗେଟ୍ ମାର୍କ ସହିତ) + ଆଇଟି ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ ହେବ ।

Get real time updates directly on you device, subscribe now.