IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣା, 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । CMRFରୁ 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ରାଉରକେଲା: IED ବିସ୍ଫୋରଣରେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହାୟତା ଘୋଷଣା । CMRFରୁ 10 ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ଯରତ କି-ମ୍ୟାନ ଇଟୁଆ ଓରାମଙ୍କ ପରିବାର ପାଇଁ ସହାୟତା ଘୋଷଣା କଲେ ସରକାର । ଦୁଃଖ ପ୍ରକାଶ ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ।
ଆଜି ସହିଦ ସପ୍ତାହରେ ମାଓବାଦୀଙ୍କ ବଡ଼ ଧରଣର ହିଂସା ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡ଼ାଇଦେଲେ ରେଲୱେ ଟ୍ରାକ । ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଆଜି ବିସ୍ଫୋରଣ କରିଛନ୍ତି ମାଓବାଦୀ । ସଂପୃକ୍ତ ଟ୍ରାକରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ତେବେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ 10 ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିସ୍ଫୋରଣରେ କି-ମ୍ୟାନ ଇଟୁଆ ଓରାମଙ୍କ ମୃତ୍ୟୁ ହୋଇଛି ।
ବିସ୍ଫୋରଣରେ ଆଉ ଜଣେ ରେଲୱେ କର୍ମଚାରୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଏବେ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।