fbpx

ରେଲୱେରେ ଷ୍ଟେସନମାଷ୍ଟର ପାଇଁ ବାହାରିଲା ନିଯୁକ୍ତି, ଏହି ଲିଙ୍କରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଷ୍ଟେସନ ମାଷ୍ଟର ପଦବୀ ପାଇଁ ନିଯୁକ୍ତି ବାହାର କରିଛି ଭାରତୀୟ ରେଳବାଇ । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ କରିବାକୁ ଆଉ କମ୍ ସମୟ ବାକି ରହିଛି । ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ https://wcr.indianrailways.gov.inରେ ୨୫ ଜୁଲାଇ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଷ୍ଟେସନ ମାଷତଟର ପାଇଁ ୩୮ଟି ପଦବୀ ବାହାରିଛି । ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତି ବିଷୟରେ ଭଲରେ ଜାଣିରଖନ୍ତୁ…

ତାରିଖ
-ଆବେଦନ କରିବାର ତାରିଖ ୨୬ ଜୁନ୍୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ରହିଛି ୨୫ ଜୁଲାଇ ୨୦୨୧ ।

ଭାକେନ୍ସି
-ମୋଟ ପଦବୀ ୩୮
-ଜେନେରାଲ ପାଇଁ ୧୮ ଟି ପୋଷ୍ଟ
– ଓବିସି ପାଇଁ ୧୨ ଟି ପୋଷ୍ଟ
-ଏସସି ପାଇଁ ୫ ଟି ପୋଷ୍ଟ
-ଏସଟି ପାଇଁ ୩ ଟି ପୋଷ୍ଟ ।

ବୟସ
ଷ୍ଟେସନ ମାଷ୍ଟର ପଦବୀ ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ହେବା ଉଚିତ । ଏହା ସହ ଓବିସି ପାଇଁ ଏହା ୧୮ ରୁ ୪୩ ବର୍ଷ ଏବଂ ଏସସି-ଏସଟି ପାଇଁ ୧୮ ରୁ ୪୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା

ଷ୍ଟେସନ ମାଷ୍ଟର ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ବା ଗ୍ରାଜୁଏସନ କରିଥିବା ଉଚିତ୍ ।

ଏହିପରି ପ୍ରୟୋଗ କରନ୍ତୁ

-ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଜୁଲାଇ ୨୫ ସୁଦ୍ଧା ପଶ୍ଚିମ ମଧ୍ୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ https://wcr.indianrailways.gov.inକୁ ଯାଆନ୍ତୁ ।
-ଏହାପରେ ରିକ୍ରୁଟମେଣ୍ଟ ସେକ୍ସନକୁ ଯାଆନ୍ତୁ ।
-ଏଠାରେ ଥିବା “GDCE Notification No: 01/2021″ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
-ଏହାପରେ ନିଉ ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କରନ୍ତୁ ।
-ଏହାପରେ ଆପଣଙ୍କର ଆବେଦନ ନମ୍ବର ଓ ଜନ୍ମ ତାରିଖ ପୁରଣ କରନ୍ତୁ ଓ କଣ୍ଟିନିୟୁ ଉପରେ କ୍ଲିକ୍ କରନ୍ତୁ ।
-ଏହାପରେ ବ୍ୟକ୍ତିଗତ ବିବରଣୀ ଓ ଇମେଲ୍ ଆଇଡି ଇତ୍ୟାଦି ପୁରଣ କରନ୍ତୁ ।
-ଶେଷରେ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ ଓ ସବମିଟ ବଟନ୍ କ୍ଲିକ୍ କରନ୍ତୁ ।

ତେବେ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ (ସିବିଟି) ହାଜର ହେବାକୁ ପଡ଼ିବ । ସିବିଟିରେ ପାସ୍ କରିବା ପରେ ଦକ୍ଷତା ପରୀକ୍ଷା ନିଆଯିବ । ସିବିଟିରେ ଥିବା ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଏକ ତୃତୀୟାଂଶ ମାର୍କ କଟାଯିବ । ଅର୍ଥାତ ନକାରାତ୍ମକ ମାର୍କିଂ ହେବ । ଆପ୍ଟିଚ୍ୟୁଡ୍ ଟେଷ୍ଟରେ କୌଣସି ନକାରାତ୍ମକ ମାର୍କିଂ ନାହିଁ ।

Get real time updates directly on you device, subscribe now.