fbpx

ରେଳବାଇର ବଡ ନିଷ୍ପତ୍ତି: ଏଣିକି ଟିକେଟ୍ ବୁକ୍ କରିବା ସମୟରେ ଯାତ୍ରୀଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଟିକେଟ୍ ବୁକିଂକୁ ନେଇ ବୁଧବାର ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ୍ ବୁକିଂ କରିବା ସମୟରେ ଗନ୍ତବ୍ୟ ସ୍ଥଳର ଠିକଣା ଦେବାକୁ ପଡିବ ନାହିଁ । ତେବେ କରୋନା ମହାମାରୀ ଯୋଗୁଁ ଆଇଆରସିଟିସି ୱେବସାଇଟ୍ ଓ ଆପରେ ରେଳ ଟିକେଟ ବୁକ୍ କରିବା ସମୟରେ ଗନ୍ତବ୍ୟ ସ୍ଥଳର ଠିକଣା ଦେବା ବାଧ୍ୟତାମୂଳକ କରାଯାଇଥିଲା ।

ଏବେ ଆଇଆରସିଟିସି ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଠିକଣା ମାଗିବ ନାହିଁ । ରେଳ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଜାରି କରିଛି । ଟିକେଟ୍ ରିଜର୍ଭେସନ ସମୟରେ ଗନ୍ତବ୍ୟସ୍ଥଳ ଠିକଣା ମାଗିବାର ବ୍ୟବସ୍ଥାକୁ ମନ୍ତ୍ରଣାଳୟ ବନ୍ଦ କରିଦେଇଛି । ମହାମାରୀ ସମୟରେ ଗନ୍ତବ୍ୟସ୍ଥଳ ଠିକଣା କୋଭିଡର ପଜିଟିଭ ମାମଲା ଚିହ୍ନଟ ପରେ ବ୍ୟକ୍ତିଙ୍କ ଟ୍ରେସିଂ କରିବାକୁ ସାହାଯ୍ୟ କରିଥିଲା ।

ସୂଚନାଯୋଗ୍ୟ ଯେ, ଦୁଇ ବର୍ଷ ପୂର୍ବେ ଯେତେବେଳେ କରୋନା ସଂକ୍ରମଣ କରିବା ଆରମ୍ଭ କରିଥିଲା । ସେହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ରେଳବାଇ ଅନେକ ଦିନ ଧରି ଟ୍ରେନକୁ ବନ୍ଦ କରିଥିଲା । ଏହା ପରେ ଯେତେବେଳେ ଟ୍ରେନ୍ ଗୁଡିକ ପୁଣି ଟ୍ରାକରେ ଚାଲିବା ଆରମ୍ଭ କଲା, ସେବେ ଅନେକ ବ୍ୟବସ୍ଥା ମଧ୍ୟ ବଳବତ୍ତର ରହିଲା । ସେହିପରି ନିକଟରେ ଯାତ୍ର୍ରୀଙ୍କୁ ପୁଣିଥରେ ତକିଆ-କମ୍ବଳ ଯୋଗାଇବା ଆରମ୍ଭ କରିଥିଲା ରେଳବାଇ ।

 

Get real time updates directly on you device, subscribe now.