fbpx
BSKY SKY
BSKY SKY

ପିସିସି ସଭାପତି ନିର୍ବାଚନକୁ ନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା: ଖରାପ୍ ଲୋକ ଦିଅନ୍ତି ଖରାପ ମେସେଜ୍

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା । ସଭାପତି ପଦକୁ ନେଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଯରିବର୍ତ୍ତନ ନେଇ ଖବର ଜୋର ଧରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିରଞ୍ଜନ । ନିରଞ୍ଜନ କହିଛନ୍ତି ବ୍ୟାଡ ଲୋକ ବ୍ୟାଡ ମେସେଜ ଦେବେ ।

୨୦୧୯ରୁ ମୁଁ ପିସିସି ସଭାପତି ପଦରୁ ଇସ୍ତଫା ପ୍ରଦାନ କରି ସାରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ନିକଟରେ ମୋ ଇସ୍ତଫାପତ୍ର ପଡି ରହିଛି । କଂଗ୍ରେସରେ ପ୍ରତି ୨-୩ ବର୍ଷ ଅନ୍ତରାଳରେ ସଭାପତି ପରିବର୍ତ୍ତନ ହୋଇଥାଏ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହାକୁ ନେଇ ଅଯଥାରେ ଚର୍ଚ୍ଚା ହେଉଛି ବୋଲି କହିଛନ୍ତି ନିରଞ୍ଜନ ।

୨୦୧୯ରୁ ମୁଁ ଇସ୍ତଫା ଦେଇ ସାରିଛି । କଂଗ୍ରେସରେ ଅନେକ ଯୋଗ୍ୟ ଲୋକ ଅଛନ୍ତି ଯେଉଁ ମାନେ ଦଳର ନେତୃତ୍ୱ ନେଇ ପାରିବେ । ନୂତନ ନେତୃତ୍ୱରେ କଂଗ୍ରେସ ବେଶ ଆଗକୁ ଯାଇ ପାରିବ ବୋଲି କହିଛନ୍ତି ନିରଞ୍ଜନ । ବର୍ତ୍ତମାନ ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଛି ଯେତେ ଶୀଘ୍ର ହେବା ତାହା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

Get real time updates directly on you device, subscribe now.