fbpx

ରେଲୱେର ବଡ଼ ଝଟକା: ୩ ଗୁଣା ବଢ଼ିଗଲା ପ୍ଲାଟଫର୍ମ ଟିକେଟର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କା ଦେବେ ଆପଣ?

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ରେଳବାଇ ପର୍ବପର୍ବାଣି ପୂର୍ବରୁ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ତିନି ଗୁଣ ବୃଦ୍ଧି କରି ଯାତ୍ରୀମାନଙ୍କ ପାଇଁ ପୁଣି ଏକ ବଡ଼ ଝଟକା ଦେଇଛି ।

ବର୍ତ୍ତମାନ ଦିଲ୍ଲୀର ପ୍ରମୁଖ ଷ୍ଟେସନରେ ଉତ୍ସବର ଋତୁରେ ଲୋକଙ୍କୁ ତିନି ଗୁଣ ମୂଲ୍ୟରେ ପ୍ଲାଟଫର୍ମ ଟିକେଟ କିଣିବାକୁ ପଡିବ । ପୂର୍ବରୁ ଯେଉଁଠାରେ ପ୍ଲାଟଫର୍ମ ଟିକେଟ୍ ମାତ୍ର ୧୦ ଟଙ୍କାରେ ମିଳୁଥିଲା, ଏବେ ସେଥିପାଇଁ ୩୦ ଟଙ୍କା ଦେବାକୁ ପଡିବ ।

ସୂଚନାନୁସାରେ, ପାର୍ବଣ ଋତୁରେ ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି । ସେମାନଙ୍କ ମଧଞରେ ଯାତ୍ରୀଙ୍କ ସଂଖ୍ୟା କମ୍ ଓ ସୋମନଙ୍କୁ ଛାଡୁବାକୁ ଆସିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିୁଛି । ଏହି ଭିଡ଼କୁ ହ୍ରାସ କରିବା ପାଇଁ ଆଗାମୀ ଛଡ଼ ପର୍ବ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ମହଙ୍ଗା ହୋଇଛି ।

ଏବାବଦରେ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ, ନିଜାମୁଦ୍ଦିନ, ଆନନ୍ଦ ବିହାର ଏବଂ ଗାଜିଆବାଦ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଅକ୍ଟୋବର ୫ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ୩୦ ଟଙ୍କାରେ ମିଳିବ, ଯାହାର ମୂଲ୍ୟ ବର୍ତ୍ତମାନ ୧୦ ଟଙ୍କା ରହିଛି ।

Get real time updates directly on you device, subscribe now.