fbpx

ତତ୍କାଳ ବୁକିଂରେ ମିଳି ନ ଥାଏ କନଫର୍ମ ଟିକେଟ୍, ଏହି ଉପାୟ ଆପଣାଇଲେ ଟିକେଟ୍ କନଫର୍ମ ହେବା ନିଶ୍ଚିନ୍ତ

ନୂଆଦିଲ୍ଲୀ:ଆମେ ଯଦି ତତ୍କାଳ ଟିକେଟ୍ ବୁକ୍ଂ କରିଥାଉ ତ ଆମକୁ କନଫର୍ମ ଟିକେଟ୍ ମିଳି ନଥାଏ । କିନ୍ତୁ ଯାତ୍ରୀଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ଲାଗି ରେଳ ବିଭାଗ ଏବେ ନୂଆ ଯୋଜନା ଆଣିଛି ।
ତତ୍କାଳ ଟିକେଟ୍ ବୁକିଂ କରୁଥିବା ବହୁ ଲୋକଙ୍କୁ ତୁରନ୍ତ ଟିକେଟ୍ ଆବଶ୍ୟକ ଥାଏ । ଏଣୁ ସେମାନେ ତତ୍କାଳ କୋଟାରୁ କନଫର୍ମ ସିଟ୍ ଆଶା ରଖିଥାନ୍ତି । କିନ୍ତୁ ରେଲୱେ ନିକଟରେ ତତ୍କାଳ କୋଟାରେ ସୀମିତ ସିଟ୍ ଥିବା କାରଣରୁ ସମସ୍ତଙ୍କୁ କନଫର୍ମ ସିଟ୍ ମିଳି ପାରି ନ ଥାଏ । ଏପରି ସ୍ଥିତିରେ ଯେଉଁ ଯାତ୍ରୀ ସର୍ବପ୍ରଥମେ ନିଜ ଡିଟେଲସ୍ ଭରି ପେମେଣ୍ଟ କରିଦିଏ ତାହାର ଟିକେଟ୍ କନଫର୍ମ ହୋଇପାରିଥାଏ ।
ଅନେକ ସମୟରେ ଟିକେଟ୍ ଲାଗି ଏଜେଣ୍ଟଙ୍କ ସାହାଯ୍ୟ ନେବାକୁ ପଡିଥାଏ ଯିଏକି ନିଜ କମିଶନ ଯୋଡି ଟିକେଟକୁ ବହୁତ ମହଙ୍ଗା କରି ଦେଇଥାନ୍ତି । ଏପରି ସ୍ଥିତିରେ ନିଜେ ବୁକିଂ କରି କନଫର୍ମ ଟିକେଟ୍ କିପରି ନେବେ ଆସନ୍ତୁ ସେ ସଂପର୍କରେ ଜାଣିନେବା ।

କାହିଁକି ତତ୍କାଳରେ ମିଳି ନ ଥାଏ କନଫର୍ମ ଟିକେଟ୍:
ତତ୍କାଳ ଟିକେଟର ବୁକିଂ କାଉଣ୍ଟର ଯେବେ ଖୋଲିଥାଏ ସେତେବେଳେ ବହୁ ଲୋକ ଏକ ସଙ୍ଗେ ବୁକ୍ କରିବାକୁ ଭିଡ ଲଗାନ୍ତି । ଅନ୍ୟପକ୍ଷରେ ତକ୍ରାଳ କୋଟାରେ ସିଟ୍ ବି ସୀମିତ ରହିଥାଏ । ଏପରି ସ୍ଥିତିରେ ସମସ୍ତଙ୍କୁ ତକ୍ରାଳ ଟିକେଟ୍ ମିଳିବା ବି ସମ୍ଭବ ହୋଇ ନ ଥାଏ । ତକ୍ରାଳ ବୁକିଂରେ ସବୁଠାରୁ ଜରୁରୀ ହୋଇଥାଏ ଟାଇମିଂ । ଆପଣ କେତେ ଶୀଘ୍ର ସମସ୍ତ ଡିଟେଲସ୍ ଭରି ଦେଇପାରିବେ ଏହା ଉପରେ ହିଁ ତକ୍ରାଳ ଟିକେଟ୍ ମିଳିବା ବା ନମିଳିବା ନିର୍ଭର କରିଥାଏ ।

କିପରି ଏହି ସମସ୍ୟାରୁ ମିଳିବ ମୁକ୍ତି:
ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଆଇଆରସିଟିସି ପକ୍ଷରୁ ଏକ ମାଷ୍ଟର ଲିଷ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ଆପଣ ଟିକେଟ୍ ବୁକିଂ କରିବା ପୂର୍ବରୁ ଯାତ୍ରୀଙ୍କ ବିଷୟରେ ଡିଟେଲ୍ ସେଭ୍ କରି ରଖିପାରିବେ । ଯେତେବେଳେ ଆପଣଙ୍କୁ ଟିକେଟ୍ ବୁକ୍ କରିବାକୁ ହେବ ସେତେବେଳେ ଆପଣ ତୁରନ୍ତ ସେହି ଡିଟେଲ୍ ସହାୟତାରେ ଟିକେଟ୍ ବୁକ୍ କରିପାରିବେ । ତେବେ ଏଠାରେ ବି କନଫର୍ମ ଟିକେଟ୍ ମିଳିବା ଓ ନ ମିଳିବା ସିଟ୍ର ଉପଲବ୍ଧତା ଉପରେ ନିର୍ଭର କରିଥାଏ । କିନ୍ତୁ ଏଥିରେ ଆପଣ ଶୀଘ୍ର ସିଟ୍ ବୁକ୍ କରିପାରିବେ ଯଦ୍ଦ୍ୱାରା କନଫର୍ମ ଟିକେଟ୍ ମିଳିଯିବାର ସମ୍ଭାବନା ବହୁତ ବଢିଯିବ ।

କିପରି ତିଆରି କରିବେ ମାଷ୍ଟର ଲିଷ୍ଟ:
ଏଥିପାଇଁ ଆପଣଙ୍କୁ ପ୍ରଥମେ ଆଇଆରସିଟିସିର ୱେବସାଇଟ୍ କୁ ଯିବାକୁ ହେବ । ଏଠାରେ ଆପଣ ୟୁଜର ଆଇଡି, ପାସୱାର୍ଡ ଓ କାପଚା ସାହାଯ୍ୟରେ ଲଗ୍ ଇନ୍ କରିବେ । ଯଦି ଆପଣ ଏ ପର୍ଯ୍ୟନ୍ତ ଆଇଆରସିଟିସି ଆକାଉଣ୍ଟ ତିଆରି କରିନାହାନ୍ତି ତେବେ ପ୍ରଥମେ ଆକାଉଣ୍ଟ ଖୋଲନ୍ତୁ । ଏହାପରେ ୱେବସାଇଟ୍ରେ ମାଇଁ ଆକାଉଣ୍ଟ ଅପ୍ସନକୁ ଯାଇ ମାଇଁ ପ୍ରୋଫାଇଲ୍ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ ଆଡ୍/ମଡିଫାଏ ଅପ୍ସନକୁ ଯାଇ ମାଷ୍ଟର ଲିଷ୍ଟ ତିଆରି କରିପାରିବେ । ଏଥିରେ ଆପଣଙ୍କୁ ଯାତ୍ରୀଙ୍କ ବିଷୟରେ ଜରୁରୀ ତଥ୍ୟ ଯେପରିକି ନାମ, ଜନ୍ମତିଥି, ଲିଙ୍ଗ, ବର୍ଥ ପ୍ରିଫରେନ୍ସ ଆଦି ଭରିବାକୁ ହେବ । ଡିଟେଲ୍ ଭରିବା ପରେ ଆପଣ ଏହାକୁ ସବମିଟ୍ କରିଦେବେ ।

 

Get real time updates directly on you device, subscribe now.