fbpx
BJD SKY
BJD SKY

ସକାଳ ସମୟରେ ଘନ କୁହୁଡ଼ି ଆଶଙ୍କା, ୨ ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆଜଠୁ ବଦଳିବ ପାଗ। ରାଜ୍ୟର କିଛି ସ୍ଥାନରେ ପାଗ ଶୁଖିଲା ରହିବ। ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି-କାଲି ପଶ୍ଚିମା ଝଡ଼ର ପ୍ରଭାବ ରହିବ । ତେଣୁ ଏହି ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି । ୯ରେ ଆଭ୍ୟନ୍ତରୀଣ ଓ ୧୦ରେ ଉପାନ୍ତରୁ ଉପକୂଳ ଯାଏଁ ପ୍ରଭାବ ରହିବ । ସକାଳ ସମୟରେ ଘନ କୁହୁଡ଼ି ଅନୁଭୂତ ହେବ । ଆଗାମୀ ୩ ଦିନରେ ରାତି ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବଢ଼ିବ । ଏନେଇ ଭୁନନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଖରାଟିଆ ରହିବ । ୧୦ ଓ ୧୧ ତାରିଖରେ ଆଂଶିକ ମେଘୁଆ ହୋଇପାରେ । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବୁଧବାର ଅପରାହ୍ଣରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ଉପକୂଳ ଓଡ଼ିଶାରେ ୧୦ ଓ ୧୧ ତାରିଖରେ ବର୍ଷା ସମ୍ଭାବନା ରହିଛି ।

Get real time updates directly on you device, subscribe now.