fbpx

୧୬ ରୁ ଓଡ଼ିଶାରେ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୧୨।୨(ଓଡିଶା ଭାସ୍କର) : ରାଜ୍ୟରେ ଶୀତର ପ୍ରଭାବ ଜାରି ଥିବା ବେଳେ ଖୁବଶୀଘ୍ର ବଦଳିବାକୁ ଯାଉଛି ପାଣିପାଗ । ପାଣିପାଗ ବିଜ୍ଞାନୀଙ୍କ ଅନୁମାନ ଅନୁସାରେ, ଦେଶର କେତେକ ରାଜ୍ୟରେ ଅଦିନିଆ ବର୍ଷା ଆରମ୍ଭ ହୋଇପାରେ । ପାଣିପାଗରେ ଏହି ପରିବର୍ତ୍ତନ ଫେବ୍ରୁଆରୀ ମଧ୍ୟ ଭାଗରୁ ଆସିବ । ଯାହା ଫଳରେ କେତେକ ରାଜ୍ୟରେ ଅଦିନିଆ ବର୍ଷା ସହ ବଜ୍ରପାତ ହେବା ନେଇ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ଏହି ଅଦିନିଆ ବର୍ଷାରେ ଓଡ଼ିଶା ସହ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁ ଆଦି ରାଜ୍ୟ ପ୍ରଭାବିତ ହୋଇପାରେ । ତେବେ, ଏହି ଅଦିନିଆ ବର୍ଷା ପ୍ରାକ୍-ମୌସୁମୀ ବର୍ଷା ନୁହେଁ । କାରଣ ପ୍ରାକ୍-ମୌସୁମୀ ବର୍ଷା ତାପମାତ୍ରା ଏକ ନିର୍ଦ୍ଧାରିତ ସୀମା ଉପରକୁ ଆସିବା ପରେ ହୋଇଥାଏ । ଏବେ କେତେକ ରାଜ୍ୟରେ ପାରଦ ସ୍ୱାଭାବିକ ଠାରୁ ତଳେ ରହିଛି ।

Get real time updates directly on you device, subscribe now.